May 13, 2025

ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଛତା କାର୍ଯ୍ୟକ୍ରମ 

Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଅଲିଭ ରିଡଲେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ କୁ ଦୃଷ୍ଟିରେ ରଖି ଶନିବାର ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଶତାଧିକ ହାବିଳଦାର ଓ ସିପାହୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଶ୍ରମଦାନ କରି ବେଳାଭୂମିରେ ପଡିଥିବା ଅଳିଆ ଆବର୍ଜନା ସଫେଇ କରିଥିଲେ l

କମାଣ୍ଡେଣ୍ଟ ଶାରଦା ପ୍ରସାଦ ଦାସ,ଡେପୁଟି କମାଣ୍ଡେଣ୍ଟ ଯଶୋବନ୍ତ ସେଠି, ସୁବେଦାର ସୁବ୍ରତ ଗୌଡ଼,ହବିଳଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l ଋଷିକୁଲ୍ୟା କଇଁଚ ସୁରକ୍ଷା ସମିତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

You may have missed