May 11, 2026

ସଡ଼କ ସୁରକ୍ଷା ପରିବାର ରକ୍ଷା ..

IMG-20250131-WA0051
Share

 

 

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗର ଉପସେବା କେନ୍ଦ୍ର ଶାନ୍ତିସ୍ରୋତ ଭବନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ପରିବାର ରକ୍ଷାର ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଏହି ଅବସରରେ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ (ଆର. ଟି.ଓ ) ଆଞ୍ଚଳିକ ପରିବହନ ଅଧିକାରୀ ମୁଖ୍ୟ ଅତିଥି ରୂପେ ଏବଂ ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ମୁର୍ମୁ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ମୋଟର ସାଇକେଲ ରାଲିର ଶୁଭ ଉଦ୍ଘାଟନ କରିଥିଲେ। ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ଜୀବନର ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ଶିକ୍ଷା ଜରୁରୀ ବୋଲି ମୁଖ୍ୟ ଅତିଥି ମହୋଦୟ ମତବ୍ୟକ୍ତ କରିଥିଲେ।ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ରାଜଯୋଗ ଦ୍ଵାରା ଜୀବନର ସୁରକ୍ଷା ବିଷୟରେ ଉପସ୍ଥାପନା କରାଇଥିଲେ ଓ ଶପଥ ପାଠ କରାଇଥିଲେ। ପୋଲିସ କର୍ମଚାରୀଗଣ ମଧ୍ୟ ଉପସ୍ଥିତ ଥୃଲେ । ବ୍ରହ୍ମା କୁମାର ବୈକୁଣ୍ଠ ଭାଇ, ବ୍ରହ୍ମାକୁମାରୀ ଅଲିଭା ଭଉଣୀ,ଅନୀତା ଭଉଣୀ, ପ୍ରାପ୍ତି ଭଉଣୀ ଏବଂ ଶହେରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ପ୍ରେମୀ ଭାଇ ଓ ଭଉଣୀ I

ରିପୋର୍ଟ୍- ସୁକାନ୍ତ କୁମାର ନାୟକ