ପୁରୀରେ ମା ଯୋଗମାୟା ଭଲିବଲ ଏକାଡେମୀ ଟୁର୍ନାମେଣ୍ଟ ଉଦଘାଟିତ

ପୁରୀ ପୌରାଞ୍ଚଳ ଏକନାମ୍ବର ୱାର୍ଡ ମାତିତୋଟା ଖେଳପଡିଆ ଠାରେ ୩ୟ ମା ଯୋଗମାୟା ଭଲିବଲ ଏକାଡେମୀ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ପୁରୀ କ୍ଳବ ୨-୦ ସେଟରେ ଇଣ୍ଡୋର ଷ୍ଟାଡିଅମକୁ ହରାଇ ରଘୁନାଥ ମେମୋରିଆଲ ଟ୍ରଫି ହାସଲ କରିଛି l ଶ୍ରେଷ୍ଠ ଖେଳାଳି ଭାବେ ବାଦଲ ବେହେରା, ବେଷ୍ଟ ଆଟାକର ଭାବେ ସିଦ୍ଧାନ୍ତ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି l ଏହି ଟୁର୍ନାମେଣ୍ଟ ରେ ପୁରୀ ଆଥେଲେଟିକ ଆସୋସିଏସନ ର ଭଲିବଲ ସମ୍ପାଦକ ନାରାୟଣ ମହାସୁଆର, ଇସା ସୁଷମା ସାହୁ, ବୁଦ୍ଧିଆ ମୁଦୁଲି, ଦେବେନ୍ଦ୍ର ମହାନ୍ତି, କପିଳେନ୍ଦ୍ର ମୁଦୁଲି, ଶିବନାରାୟଣ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉର୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ ରେ ଆଠଟି ଦଳ ଭାଗନେଇଥିଲେ l ଏହି ଟୁର୍ନାମେଣ୍ଟଙ୍କୁ ଜାତୀୟ ସ୍ତରର ରେଫରୀ ପୂର୍ଣଚନ୍ଦ୍ର ମିଶ୍ର ଓ କପିଳେନ୍ଦ୍ର ନାୟକ ଓ ଶ୍ରବଣ କୁମାର ପ୍ରଧାନ ପରିଚାଳନା କରିଥିଲେ l ଏକାଡେମୀର କୋଚ ପାର୍ଥ ସାରଥୀ ମୁଦୁଲି, ବିରକିଶୋର ବେହେରା, ଅକ୍ଷୟ କୁମାର ପ୍ରଧାନ,ଅଶୋକ ରାଜା ଓ ସାଗର ଟୁର୍ନାମେଣ୍ଟର ଆୟୋଜନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ