May 14, 2026

ମା ଭଗବତୀ ଯୁବକ ସଂଘ ଆନୁକୂଲ୍ୟରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ।

IMG-20250125-WA0003
Share

 

ବସ୍ତା,( ଦେବାଶିଷ ଦାଶ )

ବସ୍ତା ବ୍ଲକ ଦରଡ଼ା ପଞ୍ଚାୟତ ବୃନ୍ଦାବନପୂର ଗ୍ରାମର ମା” ଭଗବତୀ ଯୁବକ ସଂଘ ଆନୁକୂଲ୍ୟରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ ସମାଜ ସେବୀ କୃଷ୍ଣଚନ୍ଦ୍ର ରଥ ଓ ନିତ୍ୟାନନ୍ଦ ଘଡ଼ାଇ ଫିତା କାଟି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଖେଳାଳୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।ଫାଇନାଲ ରାଉଣ୍ଡରେ “ରାଉଡ଼ି ଟିମ ଓ”ରତନ ଟାଟା ଟିମ୍” ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ ବହୁ ସଂଘର୍ଷ କରି ରତନ ଟାଟା ଟିମ୍ ଚମ୍ପିୟାନ ଟ୍ରଫି ହାତେଇ ବିଜୟୀ ହୋଇଥିଲା। ଶୀତୁଆ ସନ୍ଧ୍ୟା ସତ୍ତ୍ୱେ ଉତ୍ସାହର ସହିତ ଖେଳର ଭରପୂର୍ ମଜା ନେଇଥିଲେ ଅଞ୍ଚଳ ବାସୀ ତଥା ଫୁଟବଲ ପ୍ରେମୀ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ପୂର୍ବତନ ସରପଞ୍ଚ ପ୍ରଭାଶ ମଣ୍ଡଳ, ମୁଖ୍ୟ ବକ୍ତା ଜୟନ୍ତ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଶମ୍ଭୁନାଥ ବିଶ୍ଵାଳ,ନରହରି ଘୋଡ଼ାଇ,କୃଷ୍ଣଚନ୍ଦ୍ର ରଥ,ଅଜୟ କୁମାର ପରିଡ଼ା ଉପସ୍ଥିତ ରହି ଚାମ୍ପିଅନ ଓ ରନର୍ସ ଟିମ୍ କୁ ପୁରସ୍କାର ରାଶି ପ୍ରଦାନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ମା’ ଭଗବତୀ ଯୁବକ ସଂଘ କମିଟିର ସଦସ୍ୟ ଭରତ କୁମାର ଦାସ, ନିତ୍ୟାନନ୍ଦ ଘଡ଼ାଇ,ଅମ୍ରେରେଶ ରାଉତ,ପ୍ରଦୀପ ଜେନା,ବସନ୍ତ ବାରିକ୍, ରାମେଶ୍ବର ମାରାଣ୍ଡି,କାରାନ ହାସଁଦା,ପଟିଆ ମାରାଣ୍ଡି,ସନାତନ ମୁର୍ମୁ ,ବାବୁଲୁ ସୋରେନ୍ ,ଲକ୍ଷ୍ମଣ ମାରାଣ୍ଡି, ଗୈାରାଙ୍ଗ ଘଡ଼ାଇ, ଗଣେଶ ଘଡ଼ାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।