May 11, 2026

ନବରଙ୍ଗପୁର ଜିଲ୍ଲା ରେ ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ପାଳିତ..

IMG-20250124-WA0055
Share

 

ନବରଙ୍ଗପୁର: (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଉପ-କାରାଗାର ରେ “ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ” ପାଳିତ ହୋଇଯାଇଅଛି । ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଥାଟି ଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର କଲେଜ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର ଏବଂ ଶିକ୍ଷାବିତ୍ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶ ପ୍ରେମ ସମ୍ପର୍କରେ ଶ୍ରୀ ମିଶ୍ର ଅନେବାସୀଙ୍କୁ ବର୍ଣ୍ଣନା କରିଥିଲେ। ଏଥି ସହିତ ବାଲ୍ମୀକି ରାମାୟଣ ସମ୍ପର୍କରେ ଆଲୋଚନା ହୋଇଥିଲା। କାରାଗାର ଭିତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ କାରା କର୍ମଚାରୀ ସହଯୋଗ କରିଥିଲେ ।