May 20, 2025

ଆରମ୍ଭ ହେଲା ଅଭ୍ୟାସ ପ୍ୟାରେଡ..

Share

ପୁରୀ ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ପ୍ୟାରେଡ଼।ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ଅଭ୍ୟାସ କରିଥିଲେ।ପୋଲିସ ରିଜର୍ଭ ଇନିସପେକ୍ଟର ତଥା ପ୍ୟାରେଡ଼ କମାଣ୍ଡର ଚିତ୍ତ ରଞ୍ଜନ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସ ଆରମ୍ଭ ହୋଇଛି।ଏହି ଅଭ୍ୟାସ ଆସନ୍ତା କାଲି ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ବ୍ୟବସ୍ଥା, ଅଗ୍ନି ଶମ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନି ନିର୍ବାପକ ଓ ପ୍ୟାରେଡ଼ ଗ୍ରାଉଣ୍ଡରେ ଜଳ ସିଞ୍ଚନ ବ୍ୟବସ୍ଥା, ମୁଖ୍ୟ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା ସୁବିଧା,ୱ୍ବାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ପୌର ପାଳିକା ପକ୍ଷରୁ ପରିଷ୍କାର ପରିଛନ୍ନତା ବ୍ୟବସ୍ଥା କରାଯାଇଥିଲା।ଅଭ୍ୟାସ ପ୍ୟାରେଡ଼ ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ ଙ୍କ ସହଯୋଗ ରେ ପିଲା ମାନଙ୍କୁ ବିସ୍କୁଟ ମଧ୍ୟ ପ୍ରଦାନ କରାଯିବା ସହ ସାଧାରଣତନ୍ତ୍ର ଦିବସ ଦିନ ମଧ୍ୟ ଜଳ ଯୋଗ ର ବ୍ୟବସ୍ଥା କରାଯାଇଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ