କୃଷ୍ଣପ୍ରସାଦ ବ୍ଲକ ରେ ବିଧାୟିକାଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଉଦଘାଟିତ ..

ଆଜି କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଠାରେ ଶ୍ରାଅନ୍ନ ଅଭିଯାନ ତରଫରୁ ଓ ପୁରୀ ଜିଲା ମୁଖ୍ଯ କୃଷିଅଧିକାରୀଙ୍କ ନିର୍ଦ୍ଦେଶ ରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ ହୋଇ ଯାଇଅଛି ।ଏହି ମଣ୍ଡିକୁ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାମୁଖ୍ଯ କୃଷିଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ବିକାଶ କୁମାରମହାନ୍ତି, ବ୍ଲକ କୃଷିଅଧିକାରୀ ରାଜ ଲକ୍ଷ୍ମୀ ସାହୁଙ୍କ ସମେତ ଡି ପି ସି ଯୋଗଦାନ କରିଥିଲେ ।ପରେପରେ ଏକ କୃଷକ ସମାବେଶ କୁ ମୁଖ୍ଯ ଅତିଥିଙ୍କ ସମେତ ସମସ୍ତ ଅଧିକାରୀମାନେ ସମ୍ବୋଧନ କରିଥିଲେ ।ଜିଲ୍ଲାମୁଖ୍ଯ କୃଷିଅଧିକାରୀ ମାଣ୍ଡିଆ ର ଏଫ କ୍ୟୁ ମାନ ଉପରେ ଆଲୋକପାତ କରିଥିଲେ ।ଜିଲା ମଙ୍ଗଳ ଅଧିକାରୀ ମାଣ୍ଡିଆ କ୍ରୟ ଏବଂ କିପରି ଶିଘ୍ର ସରକାରୀ ନିୟମ ମୁତାବକ ୭୨ଘଣ୍ଟା ମଧ୍ଯ ରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯିବ ସେ ବିଷୟ ରେ ଆଲୋଚନା କରିଥିଲେ ।ବାଲିହରଚଣ୍ଡୀ ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୂଜାରୀ ମଣ୍ଡି ର କେଉଁ ତାରିଖ ରେ କେଉଁଠି ଖୋଲାଯିବ ସେ ବିଷୟ ରେ ଉପସ୍ଥିତ ଲୋକଙ୍କୁ କହିଥିଲେ । ମଳୟ କୁମାର ଜେନା ପିରିଜପୁରୁ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।ପୁରୀ ଶ୍ରୀଅନ୍ନ ଅଭିଯାନ ସଂଯୋଜକ ଚିନ୍ମୟ ବାନାର୍ଜୀ, ଆକାଉଣ୍ଟାଣ୍ଟ ଅନନ୍ତ କୁମାର ପ୍ରଧାନ.ଆଲୋକ ପୂଜାରୀ ଓ ରମେଶ ଚନ୍ଦ୍ର ମିଶ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ