September 25, 2026

ଦେଶ ଓ ଜାତିର ସମ୍ମାନ ରଖୁବା ଆମର କର୍ତବ୍ୟ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଆହ୍ବାନ 

IMG-20250124-WA0000
Share

 

 

ଖୋର୍ଦ୍ଧା- : (ପ୍ରିୟଙ୍କା ମହାପାତ୍ର )ଭାରତବର୍ଷର ସ୍ବାଧୀନତା ହାସଲ ପାଇଁ ଯେଉଁ ମାନେ ପ୍ରାଣବଳି ଦେଇଛନ୍ତି ସେହି ମହାନ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମ ଦେଶ ଓ ଜାତିର ସମ୍ମାନ ରଖୁବା ଭାରତ ମାତାର ସନ୍ତାନ ଭାବେ ଆମ ସମସ୍ତଙ୍କର କର୍ତବ୍ୟ । ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ଆହ୍ବାନ ଦେଇଛନ୍ତି । ବିଶେଷ କରି ଯୁବ ଓ ଛାତ୍ର ସମାଜ ଏ ଦିଗରେ ଅଗ୍ରଣୀ ଭୁମିକା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ପ୍ରସାଦ ମିଶ୍ର ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ରେଳ ଶ୍ରମିକ ନେତା ବିଜୟ ରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଆଦିନାରାୟଣ ଖଣ୍ଡୁଆଳ, ଭକ୍ତବନ୍ଧୁ ଚୌଧୁରୀ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ସେକ ସରିଫ, ସାମାଜିକ କର୍ମୀ ବାସୁଦେବ ସେଠୀ, ଆଶୁତୋଷ ରାୟ, ବେଣୁଧର ନାୟକ, ହବିବୁର ରହମାନ, ସାମ୍ବାଦିକ ନିଳାମ୍ବର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed