September 26, 2026

ଉଠିଲା ଦାବି, ଲକ୍ଷ୍ମୀଡୁଙ୍ଗୁରୀ ହେଉ ଇତିହାସ ଭିତ୍ତିକ ପ୍ରକୃତି ଉଦ୍ୟାନ 

IMG-20250120-WA0011
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସାମାଜିକ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶରେ ଲକ୍ଷ୍ମୀ ଡୁଙ୍ଗୁରୀକୁ ପ୍ରକୃତି ଉଦ୍ୟାନ ଭାବରେ ବିକଶିତ କରାଯିବା ନେଇ ପରିଦର୍ଶନ କରାଯାଇଥିଲା। ବୋୖଦ୍ଧ ଧର୍ମରେ ସହଜ ଯାନ ବା ତନ୍ତ୍ରଯାନର ପ୍ରବର୍ତ୍ତିକା ଲକ୍ଷ୍ମୀକରାଙ୍କ ସାଧନା କ୍ଷେତ୍ର ଭାବେ ଗୃହୀତ ଲକ୍ଷ୍ମୀ ଡୁଙ୍ଗୁରୀ ଦିନକୁ ଦିନ ଉଜୁଡିବାକୁ ବସିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୪ ମସିହାରୁ ଏହାକୁ ସଂରକ୍ଷିତ ଐତିହାସିକ ପ୍ରକୃତି ଉଦ୍ୟାନ ଭାବରେ ବିକଶିତ କରିବା ପାଇଁ ଭାରତୀ ସମାଜ ଦାବି କରି ଆସୁଛି। ତେବେ ଆଜି ପର୍ଯ୍ୟନ୍ତ ସେ ଦିଗରେ ପଦକ୍ଷେପ ନିଆଯାଇ ପାରିନାହିଁ। ଏ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହ ଆଲୋଚନା କରାଯାଇ ଖୁବଶିଘ୍ର ପ୍ରକୃତି ଉଦ୍ୟାନ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶରେ ହୀରାକୁଦ ବନ୍ଧ ନିର୍ମାଣ ସମୟର ସ୍ମୃତି ଚିହ୍ନ ରହିଥିବା ବେଳେ ଏଠାକାର ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ଉତ୍କୃଷ୍ଟ ସ୍ଥାନ ବୋଲି ଭାରତୀ ସମାଜ ର ସଂଚାଳନ ଭବାନୀଶ ଭୋଇ କହିଥିଲେ। ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶରେ ସମ୍ବଲପୁର ଇତିହାସ ସହିତ ଜଡିତ ବ୍ୟକ୍ତି ବିଶେଷଙ୍କ ନାମରେ ପ୍ରାକୃତିକ ପରିବେଶର ବିକାଶ କରାଯିବା ପାଇଁ ପ୍ରସ୍ତାବ ଦିଆଯିବ। ସେହିପରି ଗୁରୁ ପଦ୍ମସମ୍ଭବଙ୍କ ମହାପରିନିର୍ବାଣ ଭୂଇଁ ଉଦୟଗିରି ଠାରେ ପାଂଚ ଦିନିଆ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମନ୍ତ୍ରଗାନ ସମାରୋହ ଗତ ୧୬ ତାରିଖ ରେ ସଫଳତାର ସହ ସମାର୍ପିତ ହେବା ନେଇ ଆୟୋଜକ ମାନଙ୍କୁ ଭାରତୀ ସମାଜ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ରାଜ୍ୟ ସରକାର ରତ୍ନଗିରି, ଉଦୟଗିରି, ଲଳିତଗିରି ବୌଦ୍ଧ ଧର୍ମର ପ୍ରମୁଖ କୀର୍ତିରାଜି କୁ ନେଇ ହୀରକ ତ୍ରିଭୂଜ ଭାବେ ବିକଶିତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ସମ୍ବଲପୁର ଗୁରୁ ପଦ୍ମ ସମ୍ଭବଙ୍କର ଜନ୍ମସ୍ଥାନ ହୋଇଥିବା ସତ୍ତ୍ଵେ ସରକାର ସମ୍ବଲପୁରକୁ ଏହି ଯୋଜନାର ସାମିଲ କରିବା ଭାରତୀ ସମାଜ ତରଫରୁ ଦାବି କରାଯାଇଥିଲା। ଭାରତୀ ସମାଜ ର ରାଜ୍ୟ ସଂଯୋଜକ ଡ଼ ସ୍ବୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ କୁଳମଣି ପଟେଲ, ପ୍ରମୋଦ ବହିଦାର, ଭାରତୀ ସମାଜ ର ମହାସଚିବ ଦେବୀ ପ୍ରସାଦ ଭୋଇ, ସଂଚାଳକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ ।

You may have missed