ନଗର ଖବର ତରଫରୁ ତିନି ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ…..

ତିର୍ତୋଲ,
ଜଗତସିଂହପୁର ଜିଲ୍ଲାର ବାନିକ୍ଷେତ୍ର ର ତିନିଜଣ ପ୍ରତିଭା ଙ୍କୁ ନଗର ଖବର ନାମକ ଏକ ଗଣମାଧ୍ୟମ ସଂସ୍ଥା ତରଫରୁ, ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି । ଖବର ଅନୁଯାଇ, ବ୍ୟାସଫାଉଣ୍ଡେସନର ଅଧ୍ୟକ୍ଷା ତଥା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ମହିଳା ଶାଖାର ସଭାପତି ସ୍ନେହମୟୀ ଆଚାର୍ଯ୍ୟ, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ନବନିଯୁକ୍ତ ରାଜ୍ୟ ଉପସଭାପତି, ପଣ୍ଡିତ ଶରତ କୁମାର ଦାଶ ଓ ସମାଜସେବା,ସାମ୍ବାଦିକତା , ସାରସ୍ବତ ସାଧନା ଓ ସେବା ପାଇଁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ସମ୍ମାନଜନକ ଡାକ୍ତର.ଉପାଧି ପ୍ରାପ୍ତ ହୋଇଥିବା ଗୌରାଙ୍ଗ ଚରଣ ସ୍ୱାଇଁ ଙ୍କୁ ଗତ ଶୁକ୍ରବାର ସନ୍ଧ୍ୟାରେ, ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ର ସଭlଗୃହରେ , ନଗର ଖବର ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ଉତ୍ତରୀୟ, ପୁଷ୍ପ ଓ ଉପଢ଼ୌକନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ତିର୍ତ୍ତୋଲ ପ୍ରେସ କ୍ଳବ୍ ର ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ଭାଗବତ ପ୍ରସାଦ, ଡଃ ସିଦ୍ଧେଶ୍ୱର ପଣ୍ଡା , ସ୍ମୁତିରଞ୍ଜନ ଦାଶ ଓ ଦିପରାଜ୍ ସିଂହ ପ୍ରମୁଖ ଯୋଗଦେଇ, ସମ୍ବର୍ଦ୍ଧିତ ହୋଇଥିବା ଏହି ତିନିଜଣ ପ୍ରତିଭାବାନ ଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ବ ଉପରେ ଆଲୋଚନା କରିବା ସହିତ, ନଗର ଖବର ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଦାସ ଙ୍କର ଏହି ପ୍ରୟାସର ଉଚ୍ଚପ୍ରଶଂସା କରିଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..