May 22, 2025

ଜିଲାପାଳଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ପାଟଳଦା ଗ୍ରାମୀଣ ପାର୍କ ଏବେ ବଣ ଜଙ୍ଗଲ ..

Share

 

 

ଅସ୍ତରଙ୍ଗ୧୭/୧-ଅସ୍ତରଙ୍ଗ ବ୍ଳକ ପାଟଳଦା ପଞ୍ଚାୟତ ରେ ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ପାଇଁ ପୂର୍ଵ ସରକାରଙ୍କ ସମୟରେ ନିର୍ମାଣ କରାଯାଇଥିବା ଗ୍ରାମୀଣ ପାର୍କ ଆସିଚି ଅକାଳ ବାର୍ଦ୍ଧକ୍ୟ,ଯାହାକି ଘାସ, ଗଛ, କଣ୍ଟାବଣ ରେ ପରି ପୂର୍ଣ୍ଣ। ୨୦୨୧/୨୨ଆର୍ଥିକ ବର୍ଷରେ ୧୯ ଲକ୍ଷ୍ୟରୁ ଉର୍ଦ୍ଧ୍ ଟଙ୍କାରେ ନିର୍ମାଣ କରାଯାଇଥିବା ଏହି ପାର୍କ ଟି ସେତେବେଳେ ଏକନମ୍ବର ମାନ୍ୟତା ପାଇ ଜିଲାପାଳ ସମର୍ଥ ବର୍ମାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହି ପାର୍କ ଟି ଅସ୍ତରଙ୍ଗ ରୁ ପର୍ଯ୍ୟଟନ ସ୍ଥଳୀ, ଗଙ୍ଗା ଦେବୀ, ପୀର ଜାହାନିଆ ଯିବା ରାସ୍ତାରେ ପଡୁଥିବାରୁ ପର୍ଯ୍ୟଟକଙ୍କ ସମେତ ଅଞ୍ଚଳ ବାସୀଙ୍କୁ ବେଶ ଆନନ୍ଦ ଦେବ ବୋଲି ଆଶା କରାଯାଇଥିଲା । କିଛି ଦିନ ଅଂଚଳ ବାସୀ ପାର୍କ ର ମଜା ନେଇଥିଲେ କିନ୍ତୁ ଅଳ୍ପ କେତେଦିନ ପରେ ସେ ଆଶା ଆଶାରେ ରହିଗଲା ଅଞ୍ଚଳବାସୀ ଙ୍କର । ଦୀର୍ଘ ଦିନ ଧରି ମୁଖ୍ୟ ଫାଟକ ରେ ତାଲା ଝୁଲିବା ସହିତ ରକ୍ଷଣାବେକ୍ଷଣ ଅଭାବରୁ ପାଲଟି ଗଲା ଜନ୍ତୁ ଜୁନ୍ତା ଙ୍କ ଆଶ୍ରୟ ସ୍ଥଳି ।ପାର୍କ ରେ କୁନିକୁନି ପିଲାମାନଙ୍କ ମନୋରଞ୍ଜନ ପାଇଁ ରଖାଯାଇଥିବା ବିଭିନ୍ନ ପଶୁପକ୍ଷୀ ଙ୍କ ପ୍ରତିମୂର୍ତ୍ତି ସବୁ ଚୋରି ହୋଇଗଲାଣି । ବସିବା ପାଇଁ କରାଯାଇଥିବା ପିଣ୍ଡି ଗୁଡିକ ସବୁ ଭାଙ୍ଗି ନଷ୍ଟ ହୋଇଗଲାଣି, ମନ ମୋହୁ ଥିବା ଘାସ ଗାଲିଚା ଏବେ ଘାସ ବଣରେ ପରି ପୂର୍ଣ୍ଣ ।ବିଶେଷ କରି ପାର୍କ ଭିତରେ ଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବା ସତ୍ୱେ ସେଥିପ୍ରତି କାହାର ଦୃଷ୍ଟି ପଡୁନାହିଁ।ତେଣୁ କିପରି ପୁନର୍ବାର ଏହି ପାର୍କ ଟି କାର୍ଯ୍ୟକ୍ଷମ ହେବ ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ତା ଭିତରୁ ସ୍ଥାନାନ୍ତର ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳ ବାସୀ ଦାବି କରିଛନ୍ତି।

You may have missed