May 11, 2026

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି(୨୮) ଆତ୍ମସମର୍ପଣ କରିଛନ୍ତି।

IMG-20250117-WA0006
Share

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି(୨୮) ଆତ୍ମସମର୍ପଣ କରିଛନ୍ତି।

ମାଲକାନଗିରି ( ଦେବାଶିଷ ଦାଶ )

କାଲୁମୁ ପାଇକିଙ୍କ ଘର ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ପୁଲବାଗେଡ ଗ୍ରାମରେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଆତ୍ମସମର୍ପଣ କରିଛନ୍ତି।

କାଲୁମୁ ପାଇକି ଗତ ୨୦୦୯ ମସିହାରେ କେରଲାପାଲ ଏରିଆ କମିଟିର ମିଲିସିଆ ସଦସ୍ୟା ଭାବେ ଯୋଗ ଦେଇଥିଲେ। ପରେ ସେ ୨୦୧୨ରେ କମାଣ୍ଡର ରମେଶ ନିକଟରେ ରହିବାର ପଦନ୍ନୋତି ପାଇଥିଲେ। ୨୦୧୫ରେ ତାକୁ ସିଙ୍ଗଲ ସଟ୍ ରାଇଫଲ ପ୍ରଦାନ କରାଯାଇଥିଲା। ପରେ ୨୦୧୭ରେ ସେ କରଲାପାଲ ଏରିଆ କମିଟିର ଡେପୁଟି କମାଣ୍ଡର ଭାବେ ପୁଣି ପଦନ୍ନୋତି ପାଇଥିଲେ। ୨୦୨୦ ବେଳକୁ ସେ ଡିଭିଜନାଲ କମିଟି ମେମ୍ବର ଭାବେ ପଦନ୍ନୋତି ପାଇଥିଲେ। କାଲୁମୁଙ୍କ ଉପରେ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।