May 11, 2026

ପଶ୍ଚିମେଶ୍ୱର ଉଚ୍ଚ ବିଦ୍ୟାଳୟ, ତାଳତୁମ୍ବ ର ୨୦୦୦ ମସିହା ମାଟ୍ରିକ ବ୍ୟାଚ ବନ୍ଧୁମିଳନ ..

IMG-20250108-WA0016
Share

 

 

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ତାଳତୁମ୍ବ ସ୍ଥିତ ପଶ୍ଚିମେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୦ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଖୟ କୁମାର ରାଉତରାୟଙ୍କ ଆବାହକତ୍ୱରେ ମା’ ରାମଚଣ୍ଡୀ ଶକ୍ତି ପୀଠ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି ପୁରାତନ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କ ସମେତ ପରିବାର ବର୍ଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରାତନ ଛାତ୍ର ଶିବ ରଥ ସମସ୍ତଙ୍କୁ ୨୦୨୫ ନୂତନ ବର୍ଷର ଅଭିନନ୍ଦନ, ଶୁଭେଚ୍ଛା ଜଣାଇ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ହଜାଇ ଦେଇଥିଲେ l ଆସନ୍ତା ପ୍ରତି ବର୍ଷ ମାନଙ୍କରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନେଇଥିଲେ।

 

(ରିପୋର୍ଟ-ସଶାନ୍ତ କୁମାର ପ୍ରଧାନ।)