September 26, 2026

ଭଏସ ଅଫ ମିଡିଆ ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ବୈଠକ

IMG-20250108-WA0011
Share

ଖୋର୍ଦ୍ଧା,୭।୧ (ପ୍ରିୟଙ୍କା ମହାପାତ୍ର): ଭଏସ ଅଫ ମିଡିଆ ଖୋର୍ଦ୍ଧା ଜିଲ୍ଲାର ସାଂଗଠନିକ ବୈଠକ ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସଭାପତି ପ୍ରଭାତ ମିଶ୍ର ସଭାପତିତ୍ବ କରିଥିଲେ। ଜାତୀୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଇଫତାର ଅଲ୍ଲୀ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲା ନୂତନ କାର୍ଯ୍ଯକାରିଣୀ ଘୋଷଣା କରାଯାଇଛି। ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଧନେଶ୍ଵର ବିଧାର ଏବଂ ଯୁବ ସାମ୍ବାଦିକ ନିରଂଜନ ନାୟକ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ଜିଲା ସଭାପତି ସୁକାନ୍ତ ପରିଡାଙ୍କୁ ରାଜ୍ଯ ଉପ ସଭାପତି ଭାବେ ମନୋନୀତ କରାଯାଇଛି। ନୂତନ ସଭାପତି, ସମ୍ପାଦକ ଓ ରାଜ୍ଯ ଉପ ସଭାପତି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସଙ୍ଗଠନ କୁ ଅଧିକ ସୁଦୃଢ, ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ସମାଧାନ, ସୁରକ୍ଷା ଦିଗରେ କାର୍ଯ୍ଯ କରିବେ ବୋଲି ସଭାପତି ବିଧାର କହିଥିଲେ। ଅନ୍ଯ ମାନଙ୍କ ମଧ୍ଯରେ ସଂଘ ର ବିଭିନ୍ନ ବ୍ଲକରେ କାର୍ଯ୍ଯରତ ସାମ୍ବାଦିକ ମାନେ ଯୋଗଦେଇଥିଲେ।

You may have missed