January 5, 2025

ଏସ. ଏଫ୍. ଆଇ.ର ଇତିହାସ ହେଉଛି ତ୍ୟାଗ ଓ ସଂଘର୍ଷର ପଥ ..

Share

ପୁରୀ – ( ସୁବୋଧ ସୁବୁଦ୍ଧି ) ଉପନିବେଶବାଦ ବିରୋଧୀ ସ୍ଵାଧିନତା ସଂଗ୍ରାମରେ ଗଢି ଉଠିଥିବା ଗୌରବାଜ୍ଵଳ ଛାତ୍ର ଆନ୍ଦୋଳନର ଉତ୍ତରାଧିକାରୀ ଭାବେ ଭାରତର ଛାତ୍ର ଫେଡରେସନର ଇତିହାସ ହେଉଛି ତ୍ୟାଗ ଓ ସଂଘର୍ଷର ପଥ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଶିବ ସୁନ୍ଦର ମହାନ୍ତି ମତବ୍ୟକ୍ତ କରିଛନ୍ତି । ପୁରୀର ମାଳତୀ ଗାର୍ଡେନ ଠାରେ ଆୟୋଜିତ ଏସ.ଏଫ୍.ଆଇ.ର

୫୫ ତମ ପ୍ରତିଷ୍ଠା ଦିବସ ସମାରୋହ ଓ ଆଲୋଚନା ଚକ୍ରରେ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଫେସର ମହାନ୍ତି କହିଲେ ଯେ ଦୀର୍ଘ ୫୫ ବର୍ଷର ଇତିହାସ ଭିତରେ ମାତୃଭାଷାରେ ଶିକ୍ଷାଦାନ, ସମସ୍ତଙ୍କୁ ଶିକ୍ଷା ଓ ନିଯୁକ୍ତି ପାଇଁ ନିରନ୍ତର ଲଢେଇ କରି ଚାଲିଛି । ପ୍ରଗତିଶୀଳ କେରଳ ଶିକ୍ଷା ଆଇନ ଠାରୁ ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ପଛୁଆ ବର୍ଗ ସମୁଦାୟଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ପାଇଁ ଏସ ଏଫ୍ ଆଇ ପାଇଁ ନୀତିଗତ ଭାବେ ସଂଗ୍ରାମ କରିଛି ବୋଲି କରିଛି । ଦଳିତ ଓ ଛାତ୍ରୀ ମାନଙ୍କ ଉପରେ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ଏସ ଏଫ୍ ଆଇ ଦୃଢ଼ ଭାବେ ଠିଆ ହୋଇଛି ।

ରାଜ୍ୟ ସଙ୍ଗଠନର ଉପଦେଷ୍ଟା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ର ” ସ୍ବାଧିନତାର ୭୮ ବର୍ଷ ପରେ ଦେଶରେ ଶିକ୍ଷାର ସ୍ଥିତି ” ଉପରେ ବକ୍ତବ୍ୟ ରଖି କହିଲେ କହିଲେ ଯେ ନବ୍ୟ ଉଦାରବାଦୀ ଆର୍ଥିକ ନୀତି ପ୍ରଣୟନ ପରେ ସ୍ଵାଧିନତା ପରେ ଗଢି ଉଠିଥିବା ରାଷ୍ଟ୍ର ପ୍ରୋତ୍ସାହିତ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାର ଲାଗିଛି । ଏହି ନୀତି ଯୋଗୁଁ ଶିକ୍ଷାର ବ୍ୟବସାୟୀକରଣ ଓ ଘରୋଇକରଣ ହେବାର ପଥ ଅଧିକ ପ୍ରଶସ୍ତ ହୋଇଛି । ସ୍ବାଧିନ ଭାରତ ଇତିହାସରେ ଜାତୀୟ ଶିକ୍ଷାନୀତି ୨୦୨୦ ସବୁଠାରୁ ଅଧିକ ଅଗଣତାନ୍ତ୍ରିକ ଓ ଭାରତୀୟ ସମାଜର ଅଧିକ କ୍ଷତି ସାଧନ କରିବ ବୋଲି ସେ କହିଥିଲେ ଓ ଏହି ଶିକ୍ଷାନୀତି ପ୍ରତ୍ୟାହାର ଦାବୀ କରିଥିଲେ । ଛାତ୍ରୀନେତ୍ରୀ ରାକ୍ଷୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ଆବାହକ ଚନ୍ଦନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଉଦଗାତା, ଓଡ଼ିଆ ବିଶ୍ବବିଦ୍ୟାଳୟ ଛାତ୍ରୀ ନେତ୍ରୀ ମୋନାଲିସା ମହାରଣା, ମାନସ ରଞ୍ଜନ ଦଳବେହେରା, ଲିପୁ ବଳିଆରସିଂହ, ଚନ୍ଦନ କାମିଲା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଭା ପୂର୍ବରୁ ସଙ୍ଗଠନର ପତାକା ରାଜ୍ୟ କମିଟିର ସଦସ୍ୟ ମାନସ ରଞ୍ଜନ ଦଳବେହେରା ଉତ୍ତୋଳନ କରିଥିଲେ ।

ପ୍ରାରମ୍ଭରେ ବଳଗଣ୍ଡି ସାଲବେଗ ଛକ ଠାରେ ବାବା ସାହେବ ଆମ୍ବେଦକର ଉପରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଫୋଟୋରେ ଅଗ୍ନି ସଂଯୋଗ କରି ପ୍ରତିବାଦ କରିବା ସହ ଦେଶବାସୀଙ୍କୁ କ୍ଷମା ମାଗି ଓ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ।

ସେଠାରୁ ଏକ ସୁଶୋଭିତ ପଟୁଆରରେ ଆମ୍ବେଦକର, ଗାନ୍ଧୀ, ନେହେରୁ, ଗୋପବନ୍ଧୁ, ଭଗବତୀ , ଭଗତ ସିଂହ ଓ ସାଥୀ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ବାଜି ରାଉତ ,ପେରିଆରଙ୍କ ଭଳି ସ୍ବାଧିନତା

ସଂଗ୍ରାମୀଙ୍କ ଫୋଟୋ ଧରି ପଟୁଆରରେ ଆସି ମାଳତୀ ଗାର୍ଡେନ ଠାରେ ପହଞ୍ଚିଥିଲେ। ଦିତୀୟ ଅଧିବେଶନରେ ନୃତ୍ୟ , ଗୀତ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅର୍ପିତା ମହାରଣା, ନେହା ପ୍ରିୟଦର୍ଶିନୀ, ରଶ୍ମି ରେଖା ବେହେରା, ବିଷ୍ଣୁପ୍ରିୟା ବରାଳ, ଶୁଭଶ୍ରୀ ଜେନା, ପ୍ରଗତି ଦେଓ, ବିକାଶ ମହାରଣା, ଚିତ ରଞ୍ଜନ ସାହୁ , ଶୁଭଶ୍ରୀ ଜେନା, ଶ୍ରଦ୍ଧା ସୁମନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ