January 5, 2025

୩୦ ବର୍ଷ ଦଖଲରେ ଥିବା ମୂଳ ଅଧିବାସୀ ସଂଘ ପଡ଼ିଆକୁ ଛାଡ଼ିବ ନାହିଁ ସଂଘ

Share

ତା ୨୮/୧୨ କୋରାପୁଟ ଜିଲ୍ଲା

କୁନ୍ଦୁରା ବ୍ଲକ ସଦର ସାଗରଗୁଡ଼ା ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ପଡ଼ିଆକୁ ଛାଡ଼ିବ ନାହିଁ ସଂଘ l ଆଜି ଦିନ ତିନିଟା ବେଳେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଏହି ପଡ଼ିଆରେ ଜମା ହୋଇଥିଲେ ଶତାଧିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ I ଏହି ପଡ଼ିଆ ଦୀର୍ଘ ୨୫,୩୦ ବର୍ଷ ହେବ ଦାଖଲରେ ଅଛି ସଂଘ l ଆଜିକୁ ଚାରି ପାଞ୍ଚ ବର୍ଷ ହେବ ଶୁଣିବାକୁ ମିଳୁଛି ଏହି ଜମି କିଛି ବ୍ୟକ୍ତି ବିଶେଷଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଛି l ସେହି ପଟ୍ଟାଧାରୀ ମାନେ ତାଙ୍କ ଜମି ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କରିବାକୁ ତହସିଲଦାରଙ୍କୁ ଅଭିଯୋଗ କରି ଆସୁଛନ୍ତି l ଆଜି ତହସିଲଦାର ଉଭୟ ପକ୍ଷଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ସେ ନେଇ ଆଳୋଚନା ହୋଇଥିଲା l ପରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ତହସିଲଦାର ବିନୋଦ କୁମାର ନାଏକ ଏବଂ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା l ପଟ୍ଟାଧାରୀଙ୍କ ମଧ୍ୟରୁ ପ୍ରାୟ ସାତ ଆଠ ଜଣ ଜମି ଚିହ୍ନଟ ପାଇଁ ଦାବୀ କରୁଥିବା ବେଳେ ୪୪ ଜଣଙ୍କୁ ୫୦ ବର୍ଷ ତଳେ ଘରବାରି ବାବଦକୁ ଚାରି ସେଣ୍ଟ ଲେଖାଏ ଜମିର ପଟ୍ଟା ଦିଆ ଯାଇଛି l ପଟ୍ଟାଧାରୀ କେହି ଜଣେ ହେଲେ ଘର କରି ନାହାନ୍ତି କି ଦଖଲରେ ନାହାନ୍ତି l ଏହି ସାତ ଆଠ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟ ଲୋକ ନବରଙ୍ଗପୁର,ମାଲାକାନଗିରି,ଜୟପୁର, ବୋରିଗୁମ୍ମା ଆଦିର ଲୋକ l ସେଥି ମଧ୍ୟରୁ ସରକାରୀ ଚାକିରିଆ ଓ ଧନୀକ ଶ୍ରେଣୀର ମଧ୍ୟ ଅଛନ୍ତି l ସେମାନଙ୍କୁ ପଟ୍ଟା ଦିଆଗଲା ତେବେ ୫୦ ବର୍ଷ ଧରି ସେମାନେ ଦଖଲରେ ରହିଲେ ନାହିଁ l ବ୍ଲକ ସଦରରେ ପଡ଼ିଆ ପଡ଼ିଥିବା ଏହି ଜମିରେ ଆଜିକୁ ୨୫,୩୦ ବର୍ଷ ହେବ ମୂଳ ଅଧିବାସୀ ସଂଘ ବିଭିନ୍ନ ସାଂସ୍କୃତିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ମାନ କରି ଆସୁଛି l ସେଠାରେ ଡଃ ଭୀମରାଓ ଆମ୍ବେଦକର, ମହାତ୍ମାଗାନ୍ଧୀ ଓ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି l ପ୍ରତିମୂର୍ତ୍ତି ନିକଟରେ ସ୍ଥାପିତ ହୋଇଛି ପାରମ୍ପରିକ ଗ୍ରାମଦେବୀ ନିଶାଣିମୁଣ୍ଡା l ପ୍ରତିବର୍ଷ ପାଳନ ହେଉଛି ବ୍ଲକ ଅଞ୍ଚଳର ବଡ଼ ପାରମ୍ପରିକ ପର୍ବ ପୁଷ୍ ପୁନି ଭେଟ୍ ଘାଟ l ସେଠାରେ କଳା ସଂସ୍କୃତି ସାଙ୍ଗକୁ,ପର୍ବ ପର୍ବାଣୀ, ପାରମ୍ପରିକ ଖାଦ୍ୟ, କୌଳିକ ବୃତ୍ତି, ଖେଳକୁଦ ଆଦିର ପ୍ରଦର୍ଶନୀ ହୋଇ ଆସୁଛି l ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉଛି I ଲଟାବୁଦାରେ ପରିପୂର୍ଣ୍ଣ ଥିବା ଅସମତୁଲ ପଡ଼ିଆକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବ୍ୟବହାର ଯୋଗ୍ୟ କରାଯାଇଛି l ତେବେ ୩୦ ବର୍ଷ ଧରି ଆଜି ଦାବୀ କରୁଥିବା ପଟ୍ଟାଧାରୀ କାହିଁକି ଦଖଲ କଲେ ନାହିଁ କି ସଂଘ ଯେତେବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆରମ୍ଭ କଲା ସେତେବେଳେ ମଧ୍ଯ ଅଭିଯୋଗ କଲେ ନାହିଁ ତେବେ କାହା ପଟ୍ଟାଜମି ସଂଘ ଜାଣିବ କେମିତି ବୋଲି ପ୍ରଶ୍ନ କରିଛି ସଂଘ l ପଟ୍ଟାଧାରୀଙ୍କ ବର୍ତ୍ତମାନର ସାମାଜିକ ସ୍ଥିତି କଣ ଅଛି ଅନୁଧ୍ୟାନ କରାଯାଉ l ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ଅନ୍ୟତ୍ର ଜାଗା ଦିଆଯାଉ l ପଟ୍ଟା ପାଇଥିବା ବ୍ୟକ୍ତଙ୍କ ତାଲିକା ସାର୍ବଜନୀନ କରାଯାଉ ବୋଲି ଦାବୀ କରିଛନ୍ତି l ପଟ୍ଟା ଧାରୀ କହିଛନ୍ତି କି ସେ ସମୟରେ ସେଠାରେ ଘର କରି ରହିବାକୁ ସେ ମାନଙ୍କୁ ସାମର୍ଥ୍ୟ ନ ଥିଲା ତେଣୁ ଦଖଲରେ ରହିଲେ ନାହିଁ l ଏହାକୁ ନେଇ ତହସିଲଦାର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ସଂଘକୁ କୁନ୍ଦୁରା ସଦରରେ ଅନ୍ୟ ଏକ ଜମି ଦେବାର ବ୍ୟବସ୍ଥା କରିବେ ବୋଲି କହିଥିଲେ l କୁନ୍ଦୁରା ସଦର ନିକଟରେ ସରକାରୀ ଜମି ନାହିଁ l ବ୍ଲକ ବାସୀଙ୍କ ବୃହତ ସ୍ଵାର୍ଥ ଦୃଷ୍ଟିରୁ ଆଜି ଗଢ଼ିଉଠିଥିବା ଉଚ୍ଚ ବିଦ୍ୟାଳୟ,କଲେଜ ଆଦି ଅନୁଷ୍ଠାନ ଆଦିବାସୀ,ହରିଜନ ଜମିରେ ହୋଇଛି l ଜମି ମାଲିକ ମାନେ ଅନୁଷ୍ଠାନକୁ ଦାନ କରିଛନ୍ତି l ସେହିଭଳି ଯେଉଁ ମାନଙ୍କୁ ପଟ୍ଟା ମିଳିଛି ସେମାନେ ବ୍ଲକର ମୂକ ଅଧିବାସୀଙ୍କ ପାଇଁ ମାତ୍ର ଚାରି ସେଣ୍ଟ ଜାଗା ଦାନ କରନ୍ତୁ ବୋଲି କହିଥିଲେ l ତହସିଲଦାରଙ୍କ ରାଜି ହୋଇ ନ ଥିଲା ସଂଘ l ଏଥିରେ କାହାରି ବ୍ୟକ୍ତିଗତ ସ୍ବାର୍ଥ ନହିଁ କୁନ୍ଦୁରା ବ୍ଲକର ମୂଳ ଅଧିବାସୀ,ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜାଗା ଛାଡ଼ିବେ ନାହିଁ ବୋଲି ଶୁଣାଇ ଦେଇଛି ସଂଘ l ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ସମାଧାନ କରିବା ପାଇଁ କହିଥିଲେ ତହସିଲଦାର ଶ୍ରୀ ନାଏକ l ଆବଶ୍ୟକ ସ୍ଥଳେ ପୁଣିଥରେ ସଂଘର କର୍ମକର୍ତ୍ତା ଓ ପଟ୍ଟା ଧାରୀଙ୍କୁ ନେଇ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଛନ୍ତି l ଆଜିର ଏହି ଆଲୋଚନାରେ ସଂଘ ସଭାପତି ତ୍ରିନାଥ ସମରଥ,ସମ୍ପାଦକ ଭଜମନ ସାନ୍ତା, ଅନ୍ୟ ସମସ୍ତ କର୍ମକର୍ତ୍ତା,ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା,ଜିଲ୍ଳା ପରିଷଦ ସଭ୍ଯା କନକଲତା ପେଣ୍ଠିଆ,ସରପଞ୍ଚ ସଂଘ ସଭାପତି ଘାସି ଭତରା ଓ ଅନ୍ୟ ସରପଞ୍ଚ,ସମିତି ସଭ୍ଯ ସଂଘ ସଭାପତି ଦାମୋଦର ଗଣ୍ଡା ଓ ଅନ୍ୟ ସମିତି ସଭ୍ୟ ସଭ୍ୟା, ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ ସଦସ୍ଯ ଉପସ୍ଥିତ ଥିଲେ l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ