June 21, 2026

ସମ୍ବାଦପତ୍ର ଲକ୍ଷ ଆଦର୍ଶ ବିଚ୍ୟୁତ ହୋଇଥିବାରୁ ଏହା ଗଣତନ୍ତ୍ର ପ୍ରତି ବିପଦ.

IMG-20241229-WA0032
Share

ଭୁବନେଶ୍ୱର ତା 29.12.2024 ପୂର୍ବାହ୍ନ ସ୍ଥାନୀୟ ଲୋହିୟା ଏକାଡେମୀ ବାଲେଶ୍ୱର ରୁ ପ୍ରକାiଶିତ ପାଉଥିବା ଅଭିନନ୍ଦନ ସାପ୍ତାହିକ ଓଡ଼ିଆ ଖବରକାଗଜ 16 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ବିଭିନ୍ନ ବକ୍ତା

ଉପରୁକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି. ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସମାଜର ହିତ ପାଇଁ ସମ୍ବାଦପତ୍ର ଗୁଡିକ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ. ବିଶେଷ କରି କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ଗୁଡିକ

ସାଧାରଣ ଜନତାଙ୍କର ମୌଳିକ ସମସ୍ୟା

ଗୁଡିକୁ ଉପସ୍ତାବିତ କରି ବେଶ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘାଠନ ର ଅଧକ୍ଷ ଶ୍ରୀଯୁକ୍ତ ରବି ରଥ ବିଶ୍ୱାସନୀୟତା ସଂକଟରେ ଗତିକରୁଥିବାରୁ ଏଥିରେ ଉଦବେଗ ପ୍ରକାଶ କରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପାତ୍ର ଗୁଡିକ ସାଧାରଣ ଲୋକମାନଙ୍କ ର ରକ୍ଷା କବଚ ସାଜିଛନ୍ତି.ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସରକାର ଙ୍କ ବିତ୍ତ ଭିଭାଗ ର ଉପଦେଷ୍ଟା ଯୁଗ୍ମ ସଚିବ କୁମାରୀ ତରଙ୍ଗିନୀ ମିଶ୍ର ଓଡିଶା ର ସର୍ବପ୍ରଥମ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ. ଓଡ଼ିଆ ସାପ୍ତାହିକ ଖବରକାଗଜ ପରିବର୍ତନ ର ସମ୍ପାଦକ ରମାକାନ୍ତ ପରିଜା ତାଙ୍କ ବକ୍ତବ୍ୟ ରେ କହିଲେ ସରକାରୀ ସ୍ୱୀକୃତି ହୋଇ ନ ଥିବା ଅନେକ ଖବରକାଗଜ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରେ ସରକାରୀ ସ୍ୱୀକୃତି ପାଇଁ ପଡ଼ିରହିଛି ଯଦି ସରକାର ଏହାକୁ ବିଚାର କୁ ନିଅନ୍ତି ବନ୍ଦ ହୋଇଯାଉଥିବା ଅନେକ ଖବରକାଗଜ ଗୁଡିକ ପୂର୍ଣ୍ଣ ଜୀବିତ ହୋଇପାରନ୍ତା, ବିଶିଷ୍ଟ ସାହିତ୍ୟିକ ବ୍ରଜ କିଶୋର ଦାସ ତାଙ୍କ ବକ୍ତ୍ୟବରେ କହିଲେ ଯେ ଖବରକାଗଜ ଗୁଡିକ ଗଣତନ୍ତ୍ର ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ, ଏହି ଖବରକାଗଜ ଦ୍ୱାରା ଲୋକେ ଅନୁପାଣିତ ହୋଇ ନିଜକୁ ଅନେକ କ୍ଷେତ୍ରରେ ନିୟୋଜିତ କରିପାରିଛନ୍ତି, ଏହା ସ୍ୱାଧୀନତା ଆନ୍ଦୋଳନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା. ଅବସର ପ୍ରାପ୍ତ ମୁଖ୍ୟ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଅଜାୟ କୁମାର ମିଶ୍ର, ବରିଷ୍ଟ ଆଇନଜୀବୀ ଅରବିନ୍ଦ ବାରିକ,ସମ୍ବାଦପତ୍ର ଉପରେ ଭିନ୍ନ ଭିନ୍ନ ମତ ରଖିଥିଲେ.

ପ୍ରାରମ୍ଭରେପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରଲୋକରେ ତାଙ୍କର ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା.ତା ପରେ ଅଭିନନ୍ଦନର ସମ୍ପାଦକ ଇଂ ଜଗଦୀଶ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ2024 ମସିହା ପାଇଁ ପ୍ରତିଭା ସମ୍ନାନ ଗାଳ୍ପିକ ସନିଭା ଦାସ, ଆଦର୍ଶ ଶିକ୍ଷକ ଅଶୋକ ଦାସ, ପ୍ରାବନ୍ଧିକ ଭାସ୍କର ବାରିକ ଶିକ୍ଷାଗୌରବ ବିଭୁଦତ୍ତ ଖୁଣ୍ଟିଆ, ସାମ୍ବାଦିକ ସମ୍ନାନ

ପ୍ରମୋଦ କୁମାର ରାୟ, କବୟିତ୍ରୀ ଝରଣା ବାରିକ, ସମାଜସେବୀ ବିକାଶ କୁମାର ଦାସ, ନୃତ୍ୟ ଶିଳ୍ପୀ

ଦିବ୍ୟା ମିଶ୍ର, ଚିତ୍ର ଶିଳ୍ପୀ ସଞ୍ଜୟ ଭଟ୍ଟ

ଅନୁଷ୍ଠାନ ର ସମ୍ନାନ ରବୀନ୍ଦ୍ର କୁମାର ପଣ୍ଡା, କଣ୍ଠ ଶିଳ୍ପୀ ରଶ୍ମି ରେଖା ମିଶ୍ର,

ସମସ୍ତଙ୍କୁ ଉତ୍ତରୀୟ ମାନ ପତ୍ର ପ୍ରଦାନ କରାଯାଇଥିଲା. ଶେଷରେ ଅମରେଶ ମିଶ୍ର ଧନ୍ୟବାଦ ଦେଇ ସମସ୍ତ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ.