April 20, 2025

ପୂର୍ବତନ ପ୍ରଧାନମନ୍ତ୍ରୀ ବିୟୋଗ ଶୋକ ..

Share

 

ବାଲେଶ୍ଵର ( ଦେବାଶିଷ ଦାଶ୍ )

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଠ ଶ୍ୟାମସୁନ୍ଦରପୁର ମାର୍କେଟ ପରିସରରେ ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ଆଜି

ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଙ୍କ ର ଅକାଳ ବିୟୋଗ ରେ ତାଙ୍କ ଅମର ଆତ୍ମାର ଶାନ୍ତି ସଦଗତି ନିମନ୍ତେ ଶ୍ୟାମସୁନ୍ଦର ବଜାରରେ ଏକ କେଣ୍ଡେଲ ଶୋଭାଯାତ୍ରା କରିବା ସହ ୨ମିନିଟ୍ ର ନୀରବ ପ୍ରାର୍ଥନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ସଂଗଠନ ପକ୍ଷରୁ ଚିତ୍ତ ବିଶ୍ଵାଳ, ଲକ୍ଷ୍ମୀଧର ଦାସ, ଜୟନ୍ତ ବେହେରା, କମଳା ମଳିକ, ମହେନ୍ଦ୍ର ଦାସ, ଚନ୍ଦନ ପାତ୍ର, ଶଶିକାନ୍ତ ବେହେରା, କରୁଣାକର ମଳିକ, ଶ୍ରୀକାନ୍ତ ମହାନ୍ତି,ସରତ ବେହେରା, ଜୟନ୍ତ ଲେଙ୍କା, ରାମଚନ୍ଦ୍ର ପରିଡ଼ା,ସମେତ ୫୦ ରୁ ଅଧିକ ଯୁବକ ସାମିଲ୍ ହୋଇଥିଲେ ।