December 31, 2024

ଉମରକୋଟ ରେ ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ………..

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ରେ ଉମରକୋଟ କଂଗ୍ରେସ ପକ୍ଷରୁ ଆଜି ଶୋକ ସଭା ଅନୁଷ୍ଠିତ ହେଇ ଥିଲା। କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଶୋକ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ ଙ୍କ ଅମର ଆତ୍ମାଙ୍କୁ ସଦ ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଉମରକୋଟ କଂଗ୍ରେସ ଦଳ ର ଟାଉନ୍ ସଭାପତି ଶ୍ରୀଯୁକ୍ତ ମାର୍କଣ୍ଡ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଭା ଟି ଅନୁଷ୍ଠିତ ହେଇ ଥିଲା। କଂଗ୍ରେସ କର୍ମୀ ଓ ନେତା ମାନେ ଡକ୍ଟର ମହୋନ ମହୋନ ସିଂହଙ୍କ ଫୋଟ ଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ଶୋକ ସଭା ପ୍ରାରମ୍ଭ ହେଇ ଥିଲା। ସ୍ବର୍ଗତ ମନମୋହନ ସିଂ ପ୍ରଧାନ ମନ୍ତ୍ରୀ ଙ୍କ ସମୟ ରେ -ଖାଦ୍ୟ ନିରାପା ଆଇନ୍ ,ମ-ନରେଗା ର କାର୍ଯ୍ୟକାରୀ କରିବା , ପ୍ରତ୍ୟେକ ଗରୀବ ପରିବାର ସଦସ୍ୟଙ୍କୁ ୫ କେଜି ଚାଉଳ ଯୋଗାଇବା, ଦେଶରେ ଅର୍ଥ ନୈତିକତା ଅବସ୍ଥା କୁ ସୁଦ୍ରୁଡ କରିବା , ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ରେ ବିକାଶ ପାଈଁ ସ୍ୱର୍ଗତ ମନମୋହନ ସିଂ ଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତା ମାନେ ନିଜ ନିଜ ମତ ବକ୍ତବ୍ୟ ରଖି ଥିଲେ। ଆଜିର ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଘ୍ନରାଜ ସାନ୍ତ୍ରା , ବ୍ଳକ କଂଗ୍ରେସ କମିଟି ସଭାପତି କୃଷ୍ଣ ମାଝୀ, ନଗର କଂଗ୍ରେସ କମିଟି ସଂପାଦକ ପର୍ଶୁରାମ ନାୟକ, ଉପ ସଭାପତି ଏସ୍ ବିଜୟ,ବରିଷ୍ଠ କଂଗ୍ରେସ ନେତା ଶଙ୍କର ଦେ,ଇସା ଲାଠିଆ, ସୁରେନ୍ଦ୍ର ନାୟକ, ଜଗନ୍ନାଥ ହରିଜନ, ଯୁବନେତା ଅଦିତ୍ୟ ସାହୁ, କେ,ପେଣ୍ଡ୍ରା ରାଓ , କଂଗ୍ରେସ ନେତ୍ରୀ ସୁନ୍ତୁଳା ଧୁରିଆ, ପଙ୍କଜନୀ ପଟ୍ଟନାୟକ, ଗଣେଶ କୁର୍ମି, ଅମିର ସ।ହା, ରାଜୁ ଖରା ଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ। ଶେଷ ରେ ବରିଷ୍ଠ କଂଗ୍ରେସ ନେତା ସଙ୍କର ଦେ ଧନ୍ୟବାଦ ଅର୍ପଣ କରିଥିଲେ।