May 18, 2025

ସାଂସଦ ଙ୍କ ଉମରକୋଟ ବ୍ଲକ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ………..

Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ ର ପ୍ରତ୍ୟେକ ସମସ୍ୟା ର ସମାଧାନ କିପରି କରାଯିବ ସେଥିପାଇଁ ଉମରକୋଟ ବ୍ଲକ ପ୍ରତିନିଧି ଭାବେ ସିଂସାରୀ ଗ୍ରାମର ବାସନ୍ତୀ ମାଝୀ ଙ୍କୁ ନାନୋନୀତ କରିଛନ୍ତି। ଏନେଇ ଏକ ସ୍ମାରକ ପତ୍ର ଉମରକୋଟ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀ ଙ୍କୁ ପ୍ରଦାନ କରାଯାଇଛି। ଶ୍ରୀମତୀ ବାସନ୍ତୀ ମାଝୀ ଦୀର୍ଘବର୍ଷ ହେବ ଭାରତୀୟ ଜନତା ପାର୍ଟି ରେ ରହି ଜନସାଧାରଣଙ୍କ ହିତରେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଆସୁଛନ୍ତି, ତାସହ ଦଳରେ ରହି ପ୍ରମୁଖ ଭୂମିକା ମଧ୍ୟ ନିଭେଇ ଆସୁଛନ୍ତି । ତେଣୁ ଦଳ ତାଙ୍କୁ ଉମରକୋଟ ବ୍ଲକ ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଥିବା ସାଂସଦ ବଳଭଦ୍ର ମାଝୀ କହିଛନ୍ତି।ସାଂସଦ ଙ୍କ ଅନୁପସ୍ଥିତି ରେ ବା‌ସନ୍ତୀ ମାଝୀ ସାଂସଦ ଙ୍କ ସମସ୍ତ କାର୍ଯ୍ୟ ତୁଲେଇବା ସହ ଜନସାଧାରଣ ଙ୍କ ସମସ୍ତ ସମସ୍ୟା ର ସମାଧାନ କରିବେ ବୋଲି ସେ ନିଜେ ପ୍ରତିକ୍ରିୟା ରେ କହିଛନ୍ତି ବାସନ୍ତୀ ମାଝୀ।

You may have missed