December 19, 2024

ଦୁର୍ଗମ ଅଞ୍ଚଳରେ ପି ଡି ଏସ୍ ଚାଉଳ ବଣ୍ଟନ ଖୁସିବ୍ୟକ୍ତ କଲେ ଅଞ୍ଚଳବାସୀ 

Share

 

ତା ୧୭/୧୨:କୋରାପୁଟ ଜିଲ୍ଲା

 

 

କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ଜବାପଦର ଠାରେ ଆଜି ନୂତନ ଭାବେ ଅସ୍ଥାୟୀ ଗୋଦାମ୍ ଗୃହରେ ପି ଡି ଏସ୍ ଚାଉଳ ବଣ୍ଟନ କରାଯାଇଛି l କୁନ୍ଦୁରା ବ୍ଲକର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବହୁ ପରିଚିତ ଏହି ଅଞ୍ଚଳରେ ଚାଉଳ ବଣ୍ଟନ ନିମନ୍ତେ ଜନସାଧାରଣଙ୍କ ଓ ସ୍ଥାନୀୟ ପ୍ରତିନିଧିଙ୍କ ବର୍ଷ ବର୍ଷର ଦାବୀ ପୂରଣ ହୋଇ ପାରିଛି l ସୀମାନ୍ତ ଗାଁ କସରାଖଡ଼କ,କନ୍ଦାଯୋଡ଼ି,ତୁମ୍ବାପଦର, ଗମକାପଦର,ବାନ୍ଧନପଦର ଓ ଡୁଡ଼ୁମାଗୁଡ଼ା ଆଦି ଗାଁ ର ଲୋକଙ୍କ ପାଇଁ ୭,୮ କି ମି ଦୂର କେରମେଟି ଯିବାକୁ ପଡୁଥିଲା l ତାହା ବର୍ତ୍ତମାନ ୧,୨ କି ମି ଦୂରରେ ମିଳିପାରିବ l ଆଜି ଦିନ ୧ ଘଣ୍ଟା ସମୟରେ ଜବାପଦର ଗାଁରେ ପହଞ୍ଚି ଥିଲେ ଅତିଥି ସେମାନଙ୍କୁ ସଭାସ୍ଥଳ,ଅସ୍ଥାୟୀ ଗୋଦାମ୍ ଗୃହ ଠାରୁ ପ୍ରାୟ ୩୦୦ ମିଟର ଦୂରରୁ ପୁଷ୍ପମାଲ୍ଯ ଦେଇ ସ୍ଵାଗତ କରାଯାଇଥିଲା l ଅତିଥିଙ୍କୁ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ ଅଞ୍ଚଳବାସୀ l ପ୍ରଥମେ ସାଂସ୍କୃତିକ ଭବନ ଅସ୍ଥାୟୀ ପି ଡି ଏସ୍ ଗୋଦାମ ଠାରେ ଅତିଥି ଶୁଭ ଉଦ୍ଘାଟନ କଲାପରେ କିଛି ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା l ପରେ ଆୟୋଜିତ ସଭାରେ ସରପଞ୍ଚ ମାଣିକ ସାନ୍ତା ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା,ଜିଲ୍ଳା ପରିଷଦ ସଭ୍ଯା କନକଲତା ପେଣ୍ଠିଆ,ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋଇ,ସମିତି ସଭ୍ଯା ଗୋରୀ ହରିଜନ,ନାଏବ ସରପଞ୍ଚ ମନ ସାନ୍ତା, ପି ଇ ଓ ରବିନ୍ଦ୍ର ପୂଜାରୀ,ଯୋଗାଣ ସହାୟକ ସୀତାରାମ ହରିଜନ,ସାମାଜ ସେବୀ ଭଜମନ ସାନ୍ତା,ଇସ୍କମ ସାନ୍ତା ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସୀନ ଥିଲେ l ଅଞ୍ଚଳବାସୀଙ୍କ ଦିର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ l ସରପଞ୍ଚ, ସମସ୍ତ ପ୍ରତିନିଧି, ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ l ଏ ଦୁର୍ଗମ ଅଞ୍ଚଳର ସର୍ବସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ସ୍ଥାୟୀ ଗୋଦାମ୍ ଗୃହ, କସରାଖଡ଼କ କୋଲାବ୍ ନଦୀରେ ପୋଲ ନିର୍ମାଣ,ପେନସନ୍ ବଣ୍ଟନ ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ l ଅଞ୍ଚଳର ଶିକ୍ଷିତ ଯୁବକ,ଯୁବତୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ସଚେତନ ହୋଇ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ଅଧିକ ବିକାଶ ହୋଇପାରିବ l ଏହି ପଞ୍ଚାୟତ ବହୁ ବଡ଼ ଅଞ୍ଚଳକୁ ନେଇ ଗଠିତ l ସର୍ବସାଧାରଣଙ୍କ ବୃହତ ସ୍ଵାର୍ଥ ଦୃଷ୍ଟିରୁ ପୂର୍ବରୁ କେରମେଟି ଓ କେନ୍ଦୁଗୁଡ଼ା ଠାରେ ପି ଡି ଏସ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା I ଆଜି ଆଉ ଏକ ଅଞ୍ଚଳ ପାଇଁ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ବ୍ୟବସ୍ଥା କରାଗଲା l ବର୍ତ୍ତମାନ ସମଗ୍ର ପଞ୍ଚାୟତ ବାସୀ ବହୁ ସୁବିଧାରେ ସମାଗ୍ରୀ ପାଇପାରିବେ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ l ଏ ଅଞ୍ଚଳର ଶିକ୍ଷିତ ଓ ସଚେତନ ଯୁବକ ସେନାପତି ସାନ୍ତା, ଜୟସିଂ ସାନ୍ତା, ଗୋରୀଆ ସାନ୍ତା,ସାରାବୁ ସାନ୍ତା, ଶିବ ସାନ୍ତା, ତ୍ରିନାଥ ସାନ୍ତା, ମନ ସାନ୍ତା ଭକ୍ତ ସାନ୍ତା ପ୍ରମୁଖ ଏଠାରେ ପି ଡି ଏସ୍ ସାମଗ୍ରୀ ଯୋଗାଣ ପାଇଁ ବହୁ ଉଦ୍ୟମ କରିଥିଲେ l ସେ ମାନଙ୍କ ସହ ହାତ ମିଳାଇ ସହଯୋଗ କରିଥିଲେ ସରପଞ୍ଚ, ସମସ୍ତ ୱାର୍ଡ଼ ମେମ୍ବର ଏବଂ ପି ଇ ଓ ସେମାନଙ୍କୁ ସଭା ମଞ୍ଚରେ କୃତଜ୍ଞତା ଜ୍ଞାପନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସାମାଜସେବୀ ସାଧୁ ସାନ୍ତା ମଞ୍ଚ ପରିଚାଳନା ଓ ବିଶ୍ଵନାଥ ସାନ୍ତା ଧନ୍ୟବାଦ ଅର୍ପଣ କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l