April 20, 2025

ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡାଉତ୍ସବ ଉଦଘାଟିତ..

Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣା ସହର ଗୋଠଭଟ୍ଟା ଠାରେ ଅବସ୍ଥିତ ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ଆଜି ଚଉଦତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସ୍କୁଲ ଅଧ୍ୟକ୍ଷ ଶ୍ରୀ ଶୁଭମ ଦାସ(କ୍ରୀଡାବିତ)ଙ୍କ ତଥା ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ଦାସ ଦ୍ବୀପ ପ୍ରଜ୍ବଳନ କରିବା ପରେ ମଶାଲ ପ୍ରଜ୍ବଳନ କରାଯାଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାର ଶୁଭାରମ୍ଭ କରିଥିଲେ। ଏହା ପରେ ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ପରେଡ କରାଯାଇଥିଲା। ଏହାପରେ ଶିକ୍ଷକ ଶ୍ରୀ ନୀତେଶ କୁମାର ପଟେଲ, ଶିକ୍ଷକ ଶ୍ରୀ ଜଗନ୍ନାଥ ସାହୁ ତଥା ସ୍କୁଲ କମିଟି ସଦସ୍ୟ ଶ୍ରୀ ସୁନୀଲ କୁମାର ବାଗ(ପୂର୍ବତନ ସୈନିକ)ଙ୍କ ତତ୍ୱାବଧାନରେ ଶୃଙ୍ଖଳିତ ଭାବରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ବିଭିନ୍ନ କ୍ରୀଡା ଗୁଡିକର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତା ଆସନ୍ତା କୋଡିଏ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଶେଷରେ ବିଜେତାଙ୍କୁ ପୁରସ୍କୃତ କରାଯିବ।