December 18, 2024

ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ରେ ଖେଳୁ ଖେଳୁ ବେକରେ ଫାସ ପଡି ଚାଲିଗଲା ଜୀବନ…..

Share

 

 

ଉମରକୋଟ(ଏମ୍. ଦିନା°ଶୁ ଆଚାରୀ) ଖେଳିବା ସମୟରେ ବେକରେ ଫାଶ ଦଉଡ଼ି ଲାଗି ଜଣେ ନାବାଳକ ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ । ମୃତ ନାବାଳକ ଜଣକ ହେଲେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅଧୀନରେ ଥିବା ୟୁଭି ୧୬ ନଂ ସିଲାଟି ଗ୍ରାମର ଆରିଆନ ମଣ୍ଡଳ (୯)। ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ଆରିଆନ ଘର ପଛପଟେ ଥିବା ଗାଈ ଗୁହାଳରେ ଲାଗିଥିବା ଫାଶ ଦଉଡ଼ି ସାହାଯ୍ୟରେ ଖେଳି ଛାତ ଉପରକୁ ଚଢୁଥିଲେ। ଗତକାଲି ମଧ୍ୟ ଆରିଆନ ସେହି ଫାଶ ଦଉଡ଼ି ସାହାଯ୍ୟରେ ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ଫାଶ ଦଉଡ଼ି ଟି ଆରିଆନ ବେକରେ ଲାଗି ଯାଇଥିଲା। ସେହି ଅବସ୍ଥାରେ ଆରିଆନ ଝୁଲି ରହିଥିଲା। ସଂଧ୍ୟା ୬ ଘଣ୍ଟା ସମୟରେ ଆରିଆନ ଙ୍କ ବାପା ତପନ ବଜାରରୁ ଘରକୁ ଫେରି ଆରିଆନ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ଏକ ଗାଡ଼ି ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଆରିଆନ କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣା କୁ ଗୁରୁତର ସହ ନେଇ ସାଇନ୍ସପେଟିକ ଟିମ ସାହାଯ୍ୟରେ ଘଟଣାର ତଦନ୍ତ ଚଳାଇଛନ୍ତି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତଦନ୍ତ ଭାର ଏସଆଇ ଶିବଜି ପଣ୍ଡା ସମ୍ଭାଳିଛନ୍ତି।