December 5, 2024
Share

 

୧-ଭୁବନେଶ୍ୱର:ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୀଳାଦ୍ରିବିହାରରେ ଲୋକାର୍ପଣ କଲେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି।

୨-ନୌସେନା ଦିବସ ଓ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ଆଜି ପୁରୀ ପୌରପାଳିକାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

୩-ଡିଗ୍ରୀଧାରୀ କରିପାରିବେ ନାହିଁ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ: ହାଇକୋର୍ଟ

୪-ଭୁବନେଶ୍ୱର: ଅତିଷ୍ଠ କଲେଣି ମଶା, ନିୟମିତ ଧୂଆଁ ଦେବାକୁ ମେୟରଙ୍କ ପରାମର୍ଶ।

୫-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର,’ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ନେଇ ଧନ୍ୟବାଦ ଜଣାଇଲେ।

୬-ୟୁପିରୁ ଆସିଲା ଆଳୁ; ହେଲେ ଅଧିକାଂଶ ସ୍ଥାନରେ କେଜି ପିଛା ୪୦ ଟଙ୍କା ଉପରେ ରହୁଛି ଆଳୁର ଦର ।

୭-ଆଳୁ ଓ ପିଆଜ ଦର ଚଢା ବୋଲି ଧାରଣା ସୃଷ୍ଟି କରାଯାଉଛି । କିନ୍ତୁ ଏହାକୁ ଛାଡ଼ିଦେଲେ ଡାଲି ରସୁଣଠାରୁ ଆରମ୍ଭ କରି ଲୁଣ, ତେଲ, ଅଟା ଓ ପରିବା ଦର ବଜାରରେ ବେଲଗାମ।

୮-ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ସମ୍ବର୍ଦ୍ଧନା, ପ୍ରଥମ ଥର ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ପାଇଁ କଲେ ସମ୍ଵର୍ଦ୍ଧିତ।

୯-ଭୁବନେଶ୍ୱର:୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ହେଲେ ଉଦ୍ଧାର।

୧୦-କଟକ:ଚାକିରି ନାରେ ୨ ଲକ୍ଷ ଟଙ୍କା ଠକେଇ, ସାଇବର ଥାନା ଦ୍ୱାରସ୍ଥ ହେଲେ ବିଶ୍ଵଦୀପ ସେନ।

୧୧-ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବଢାଇବାକୁ ଗଠିତ ହେଲା କମିଟି; ଭାସ୍କର ମଢେଇ ରହିବେ ଅଧ୍ୟକ୍ଷ।

୧୨-୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

୧୩-୧୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ, ୮ବର୍ଷ ଭିତରେ ଅର୍ଜିଛନ୍ତି ୧୮ପ୍ଲଟ, ୮୫୦ ଗ୍ରାମ ସୁନା, କେଜିଏରୁ ଅଧିକ ରୂପା ଏବେ ଭିଜିଲାନ୍ସ ଚଢ଼ାଉ ଜାରି।

୧୪-ଜଗତପୁର ଥାନା ଅତୋଡ଼ା ଗାଁ:ପାରିବାରିକ କଳହର କରୁଣ ପରିଣତି, ଝିଅ ସହ ନିଜକୁ ଜାଳିଲା ମାଆ।

୧୫-ଭୁବନେଶ୍ୱର,ବରିମୁଣ୍ଡ ଗାଁ:ସମ୍ପତ୍ତି ଯୋଉଠି ବିବାଦ ସେଇଠି; ରାଜଧାନୀରେ ଜମି ବିବାଦକୁ ନେଇ ମହାଭାରତ।

୧୬-ଭଦ୍ରକ,ପଧାନୀ ପଞ୍ଚାୟତ କଇଥାଡିହ ପ୍ରାଥମିକ ବିଦ୍ୟାଳୟ :ବିଦ୍ୟାଳୟ କ୍ୟାମ୍ପସରେ ଜଳିଗଲା ଇଲେକ୍ଟ୍ରି ସ୍କୁଟି, ପୋଡିହେଲେ ଶିକ୍ଷକ ଅଳ୍ପକେ ବର୍ତ୍ତିଗଲେ ଛାତ୍ରଛାତ୍ରୀ।

୧୭-ଝାରସୁଗୁଡ଼ାରେ ମଶାତେଲ କିଣାରେ ଦୁର୍ନୀତି ଅଭିଯାଗ ପରେ ତତ୍ପର ହୋଇଛି ଭିଜିଲାନ୍ସ,ପ୍ରମାଣ ମିଳିଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

୧୮-ଆକ୍ସିଡେଣ୍ଟ ଇଣ୍ଡେକ୍ସ ୨୦୨୪:ହାଇଦ୍ରାବାଦ ଓ ଦିଲ୍ଲୀ-ଏନସିଆରରେ ସଡକ ଦୁର୍ଘଟଣା ହେଉଛି ୭୮ ପ୍ରତିଶତ।

୧୯-ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ, ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦।

୨୦-ନୂଆ ଦିଲ୍ଲୀ:ଆଦାନିଠୁ ବିଜୁଳି କିଣା ଅଧା କଲା ବାଂଲାଦେଶ।

୨୧-ନୂଆ ଦିଲ୍ଲୀ:ATMକୁ ଖାଇଗଲାଣି ୟୁପିଆଇ, ଜିନିଷ କିଣି ୩ ଟଙ୍କାରୁ ୫ ଟଙ୍କା ବି ୟୁପିଆଇରେ ହେଉଛି ପେମେଣ୍ଟ।

୨୨-ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ, ଘୋଷଣା କଲେ ରାଷ୍ଟ୍ରପତି।

*🙏 ସୁପ୍ରଭାତ 🙏*

You may have missed