କୁଜଙ୍ଗ ପୋଲିସ ଓ ବ୍ୟାସ ଫାଉଣ୍ଡେସନ ର ସହାୟତାରେ ଘର ବହୁଡ଼ିଲେ ବୃଦ୍ଧ..
୧- କୁଜଙ୍ଗ ପୋଲିସ ଓ ବ୍ୟାସ ଫାଉଣ୍ଡେସନ ର ସହାୟତାରେ ଘର ବହୁଡ଼ିଲେ ବୃଦ୍ଧ,୨- ହେଲେ ବୃଦ୍ଧ ବାପା ଘର ବହୁଡ଼ିବା ଶୁଣି ପୁଅ ବୋହୂ ଘାରେ ତାଲା ପକାଇ ମାରିଲେ ଚମ୍ପଟ,୩ – ବୃଦ୍ଧ ଙ୍କୁ ଧରି ଘର ବାରଣ୍ଡାରେ ୪ଘଣ୍ଟା ଧାରି ଅପେକ୍ଷା କଲେ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା, ୪- ଅପେକ୍ଷା ପରେ ବୃଦ୍ଧ ଙ୍କୁ ତାଙ୍କ ଝିଅ ଙ୍କ ପାଖରେ ଜୀମା ଦେଲେ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଓ କୁଜଙ୍ଗ iic ରଶ୍ମୀରଂଜନ ଦାସ, ୫- ଦୁଇ ଦିନ ମଧ୍ୟରେ ବୃଦ୍ଧ ବାପା ଙ୍କୁ ପୁଅ ବୋହୂ ପାଖରେ ନ ରଖିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆ ଯିବ ବୋଲି କହିଲେ କୁଜଙ୍ଗ iic ରଶ୍ମୀରଂଜନ ଦାସ। କଥାରେ ଅଛି ଲକ୍ଷ୍ୟ ଶିବ ପୂଜି ପାଇଛି ପୁଅ, ହେଲେ ଆଜିର ସମାଜରେ ବାପା ମାଆଙ୍କୁ ନିର୍ଯାତନା ଦେବା ଘରୁ ବାହାର କରିଦେବା ଏକ ସାମାଜିକ ବ୍ୟାଧି ହୋଇ ଗଲାଣି। ଏମିତି କି କୋଉ ବାପା ମାଆ ଆଶ୍ରମରେ ରହି ଦିନ କାଟୁଛି ତ କିଏ ଯାଯାବର ଜୀବନ ଯାପନ କରୁଛନ୍ତି। ସେହି ପରୀ ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ୧୦ ନମ୍ବର ୱଡ଼ରେ,। ଗ୍ରାମର ଶୁକଦେବ ବାରିକ ବୟସ ୮୩ , ବୟସ ଥିଲା ବେଳେ ଦୁଃଖ କଷ୍ଟ ରେ ଘର ଟି କରିବା ସହ ୫ଟି ଝିଆକୁ ବିବାହ କରିଥିଲେ। କିଛି ବର୍ଷ ଭଲରେ ପୁଅ ବୋହୂ ଓ ନାତି ନାତୁଣୀ ଙ୍କ ସହ ଚଳି ଆସୁଥିଲେ। ହେଲେ ଏବେ ଦେଖିବାକୁ ମିଳିଛି ପୁଅ ବୋହୁ, ଙ୍କ ଦ୍ବାରା ନିର୍ଯାତିତ ହେଉଛନ୍ତି ।ପରେ ନିଜର ଅବଶିଷ୍ଟ ଜୀବନ ଓ ସମସ୍ୟାର ସମାଧାନ ନିମନ୍ତେ ଶୁକଦେବ ବାରିକ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ରଶ୍ମିତା ନାୟକ ଙ୍କୁ ଆଜକୁ ଦିର୍ଘ ୪ମାସ ଧରି ନିଜ ର ଅସହାୟତା ସମ୍ପର୍କରେ ଜଣାଇ ଆସୁଥିଲା ବେଳେ ।ବ୍ୟାସ ଫାଉଣ୍ଡେସନ ର କର୍ମକର୍ତ୍ତା ମନେ ପୁଅ ବୋହୂଙ୍କୁ ବୁଝାଇ ସୂଜାଇ ବାପାଙ୍କୁ ପାଖରେ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ। ଉପଜିଲ୍ଲାପାଳ ଙ୍କ ବଶିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଲିଖିତ ଅଭିଯୋଗ କରିଥିଲେ। ସହୃଦୟ ଉପ ଜିଲ୍ଲାପାଳ ଙ୍କ ପତ୍ରାଙ୍କ ୧୯୦୬୩ ତା-୨୫/୧୧/୨୪ ମାଧ୍ୟମରେ କୁଜଙ୍ଗ ଥାନା ଧିକାରୀଙ୍କୁ ଆପୋଷ ବୁଝାମଣା ମାଧ୍ୟମରେ ବୃଦ୍ଧ ଶୁକଦେବ ଙ୍କୁ ଥଇଥାନ ଓ ସୁରକ୍ଷା ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ଗତ କାଲି କୁଜଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଶିଶୁ ଓ ମହିଳାଙ୍କ ଅଧିକାରୀ ରେଣୁବାଳା ମହାପାତ୍ର ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ରଶ୍ମିତା ନାୟକ ,୮୩ ବର୍ଷୀୟ ବୃଦ୍ଧ ଶୁକଦେବ ବାରିକଙ୍କୁ ତାଙ୍କ ଘରକୁ ଆଣି ପୁଅ ବୋହୂ ଙ୍କ ସାଥିରେ ରହିବା ପାଇଁ ଛାଡ଼ିବାକୁ ଆସିଥିବା ବେଳେ ।ବିଶେଷ ସୂତ୍ରରୁ ଖବର ପାଇ ବୃଦ୍ଧ ଶୁକଦେବ ବାରିକ ଙ୍କ ପୁଅ ଗୋପୀ ବାରିକ ଓ ବୋହୂ ହୁଣ୍ଡି ବାରିକ ଘରେ ତାଲା ପକାଇ କେଉଁଆଡେ ଚମ୍ପଟ ମାରିଥିଲେ। କେତେ ବେଳେ ପୁଅ ବୋହୂ ଘରକୁ ଫେରିବେ ଭାବି ଦୀର୍ଘ ୪ଘଣ୍ଟା ଧରି ବୃଦ୍ଧ ଶୁକଦେବ ବାରିକଙ୍କ ଘର ବାରଣ୍ଡାରେ ବସିଥିଲେ ବ୍ୟାସ ଫାଉଣ୍ଡେସନର ଅଧକ୍ଷା। ପୁଅ ବୋହୂ ନ ଫେରିବାରୁ କୁଜଙ୍ଗ iic ଙ୍କ ଉପସ୍ଥିତିରେ ବୃଦ୍ଧ ଶୁକଦେବ ବାରିକ ଙ୍କ ଝିଅ ପାଖରେ ଜିମା ଦେଇଥିଲେ। ଦୁଇ ଦିନ ମଧ୍ୟରେ ପୁଅ ବୋହୂ ବୃଦ୍ଧ ବାପା ଶୁକଦେବ ବାରିକ ଙ୍କୁ ଘରକୁ ନ ନେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କୁଜଙ୍ଗ iic ରଶ୍ମୀରଂଜନ ଦାସ ପ୍ରକାଶ କରିଛନ୍ତି। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )