June 21, 2026

ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ

IMG-20241203-WA0051
Share

 

ମୋହନା( ସନ୍ତୋଷ ଗୌଡ଼)ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୩/୧୨ରୁ ଆରମ୍ଭ ହୋଇଥିବା ମଶାରି ବଣ୍ଟନ କାର୍ଯ୍ୟକ୍ରମ ୧୭/୧୨ରେ ଶେଷ ହେବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବସବାସ କରୁଥିବା ୯୩ ହଜାର ୯୮୬ ହିତାଧିକାରୀ ପାଇବେ ମଶାରି । ଏହି ପରିପେକ୍ଷୀରେ ଆଜି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଏବିଡ଼ିଓ ରମାକାନ୍ତ ଚୌଧୁରୀ, ମୁଖ୍ୟବକ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼. ଜୟ କୁମାର ପଣ୍ଡା ଓ ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସବିତା ପଟ୍ଟନାୟକ,ବନପାଳ ଦେବାଶିଷ୍ ଶତପଥୀ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ମଶାରୀର ଯତ୍ନ, ତାହାକୁ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ରୋଗରୁ ଉପଶମ ମିଳିବ, ସଠିକ୍ ଭାବରେ ବ୍ୟବହାର, ଏହାର ସଦୁପଯୋଗ କରିବା ଦ୍ୱାରା ମେଲେରିଆ, ଡେଙ୍ଗୁ ଆଦି ରୋଗରୁ ମୁକ୍ତି ମିଳିଥାଏ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଲେରିଆ ସୁପରଭାଇଜର ସାଇ କୁମାର ଲିମା ଓ ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ ବିଭୂପ୍ରସାଦ କର ପରିଚାଳନା କରିଥିବା ବେଳେ ଫାର୍ମାଶିଷ୍ଟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସୁପରଭାଇଜର ଧନେଶ୍ୱର ରାଓଙ୍କ ସମେତ ଆଶା,ଅଙ୍ଗନାବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ।