April 20, 2025

ହରିଦ୍ଵାର ସ୍ଥିତ ପତଞ୍ଜଳି ଯୋଗ ଶିକ୍ଷକ ଶିବିରରେ ରାୟଗଡ଼ର ୭ଜଣ ମୁଖ୍ୟ ଯୋଗ ଶିକ୍ଷକ ଭାବରେ ପ୍ରଶିକ୍ଷିତ 

Share

 

 

ରାମନାଗୁଡା ଉତ୍ତରାଖଣ୍ଡ ହରିଦ୍ଵାର ପତଞ୍ଜଳି ଯୋଗ ପୀଠ ଠାରେ ନଭେମ୍ବର ୨୩ ରୁ ୨୭ ଯାଏ ୫ଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗ ଦେଇଥିବା ଯୋଗ ଶିକ୍ଷକ ମାନଙ୍କ ମଧ୍ୟରୁ ରାୟଗଡ ଜିଲ୍ଲା ପାଇଁ ୭ଜଣଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ଭାବେ ଦାୟିତ୍ଵ ଦିଆଯାଇଛି। ରାୟଗଡ ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ତଥା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଓ ସ୍ବଦେଶୀ ବିଚାର ବିସ୍ତାର ପାଇଁ ଏମାନେ କାର୍ଯ୍ୟ କରିବେ ବୋଲି ଜଣା ପଡିଛି। ସ୍ଵୟଂ ସ୍ବାମୀ ରାମଦେବଙ୍କ ଦ୍ଵାରା ଏହି ଯୋଗ ଶିବିର ସଞ୍ଚାଳନ କରାଯାଇଥିବା ବେଳେ ପ୍ରମାଣ ପତ୍ର ଓ ରୁଦ୍ରାକ୍ଷ ମାଳା ପ୍ରଦାନ କରାଯାଇଥିଲା। ଏଥିରେ ରାୟଗଡରୁ ବିନୟ ସ୍ବାଇଁ,ଜେକେପୁରରୁ ସୁଶାନ୍ତ ପଣ୍ଡା,କୋଲନରା କିଶୋର ଦୋରା,ରାମନାଗୁଡାରୁ ରାକେଶ ବେହେରା, ଗୁଣୁପୁରରୁ ରବୀନ୍ଦ୍ର ଚୌଧୁରୀ ଏବଂ ରାଜେଶ ଭାଇଙ୍କୁ ରାୟଗଡ଼ା ଜିଲ୍ଲା ସଂପୁର୍ଣ୍ଣ ଭାବେ ଏହି ଦାୟିତ୍ବ ଦିଆଯାଇଛି ବୋଲି ପତଞ୍ଜଳି ଯୋଗ ସମିତିର ପ୍ରଭାରୀ ଜୟନ୍ତ ଗୁରୁରାୟଗଡ଼ ତରଫରୁ ସୂଚନା ମିଳିଛି।ଏହି ଅବସରରେ ଯୋଗୀଶ୍ରୀ ଚୈତନ୍ୟ ରାମ ଏବଂ କ୍ରାନ୍ତିବାବା ଅଭିନନ୍ଦନ ଜଣାଇଛନ୍ତି । ଏହି ଉପଲବ୍ଧିରେ ରାୟଗଡ଼ର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନମାନଙ୍କରେ ଅଭିନନ୍ଦନର ସୁଅ ଛୁଟିଛି।।

ରିପୋର୍ଟ ସଞ୍ଜୀବ କୁମାର ଦାଶ