April 20, 2025

ଏଡସ୍‌କୁ ଜାଣିଲେ ଜିଣିବା ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଏଡସ୍‌ ଦିବସ ପାଳିତ

Share

 

ସମ୍ବଲପୁର ,(ରାଜାରାମ ଷଡ଼ଙ୍ଗୀ): ଆଜି ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ୟୁଥ ରେଡକ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଠେମରା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରତାପ ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମ୍ପ୍ରତି ଭାରତରେ ସମଗ୍ର ବିଶ୍ୱର ସର୍ବାଧିକ ଏଡସ୍‌ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ସେ ଏଡସ୍‌ ସଂକ୍ରମଣର ବିଭିନ୍ନ ମାଧ୍ଯମ କାରଣ ନିରାକରଣ ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ଏଡସ୍‌କୁ ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରିବା ପୂର୍ବକ ଏହା ବିଷୟରେ ଦେଶର ନାଗରିକ ଜେତିକି ଜାଣିବେ ସେତିକି ପରିମାଣରେ ଏହାର ନିରାକରଣ ସମ୍ଭବ ହୋଇ ପାରିବ ବୋଲି କହିଥିଲେ। ସଭା ପ୍ରାରମ୍ଭରେ ବିଦ୍ୟାଳୟର ୟୁ ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରିତ ଷଢଙ୍ଗୀ, ଚୈତନ୍ଯ ସେନାପତି, ପ୍ରମୋଦ ଲହରିଆ, ମଳୟ କୁମାର ନାଏକ ପ୍ରମୁଖ କର୍ମଚାରୀ ସଭରେ ସହଯୋଗ କରିଥିଲେ।