ଗାଡି ଚାଳକ ଙ୍କ ବେପରୁଆ ଚାଳନା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ମହିଳା..
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଗିର୍ଲା ପଞ୍ଚାୟତ ର ବେଣ୍ଟଗୁଡା ଗ୍ରାମର ମହିଳା ମାନେ ଜମି ରୁ ଫେରୁ ଥିବା ବେଳେ ମଦ୍ୟପ ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ନ ଜଣ ମହିଳା ଅଳ୍ପ କେ ବର୍ତ୍ତୀ ଯାଇଥିବା ଜଣାଯାଇଛି ସୂଚନା ଅନୁଯାଇ ମହିନ୍ଦ୍ରା ପିକଅପ ଓଡି 10s 4984ଏହି ଗାଡି ରେ ଡ୍ରାଇଭର ସହ ଦୁଇ ଜଣ ଯୁବକ ବେଣ୍ଟା ଗୁଡା ଗ୍ରାମ ଦେଇ ଆସୁ ଥିଲେ ସେହି ସମୟ ରେ 9ଜଣ ମହିଳା ବିଲ କାମ ସାରି ଘର କୁ ଫେରୁ ଥିବା ସମୟ ରେ ଉକ୍ତ ଗାଡି ଚାଳକ ମଦ୍ୟ ପାନ କରି ଉଦେଶ୍ୟ ମୂଳକ ଭାବରେ ମହିଳା ଙ୍କୁ ପଛ ପଟୁ ଧୋକା ଦେବା ପାଇଁ ଉଦ୍ୟମ କରୁଥିଲେ ବୋଲି ଉପସ୍ଥିତ ଥିବା ଯୁବକ ମାନେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. ଉକ୍ତ ଗାଡିଟି ମଦ ବ୍ୟବ ସାୟୀ ଙ୍କ କର୍ମ ଚାରି ସନୁ ଚୌହାନ ଙ୍କ ବୋଲି ଜଣା ଯାଇଛି.ଥାନାଧିକାରୀଙ୍କୁ ଖବର ଦିଆଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିବା ଜଣାଯାଇଛି. ଡ୍ରାଇଭିଙ୍ଗ ଲାଇ ସେନ୍ସ ସହ ଗାଡି କାଗଜ ପତ୍ର ଯାଞ୍ଚ କରାଯାଉଛି କି ନାହିଁ. ଖବର ପ୍ରସାର ପରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ନ ଚେତ ପ୍ରଶାସନ ର ଦ୍ୱାରସ୍ତ ହେବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ଜଣା ଯାଇଛି. ଥାନା ଅଧିକାରୀ ଶ୍ରୀ ପରମାନନ୍ଦ ସୁନାନୀ ଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ତୁରନ୍ତ ତଦନ୍ତ କରି ଉତଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇ ଥିବା ଜଣାଯାଇଛି.