ବ୍ଲକ ସ୍ତରୀୟ ବିଷୟ ଭିତ୍ତିକ ତାଲିମ ଶିବିର ଶୁଭାରମ୍ଭ
କୋଲନରା :- ବ୍ଲକ କାର୍ଯ୍ୟାଳୟର ସଦଭାବନା ହଲରେ ଆଜିଠାରୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ ନିମନ୍ତେ ବ୍ଲକ ସ୍ତରୀୟ ବିଷୟ ଭିତ୍ତିକ ତାଲିମ ଶିବିର ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଯାଇଛି। ଏହି ଶିବିରରେ ଉପାଧ୍ୟକ୍ଷ ହଳଧର ହିମିରିକା ଯୋଗ ଦେଇଥିବା ବେଳେ, ବିଡ଼ିଓ ରୀନା ପ୍ରଧାନ ଙ୍କ ତତ୍ବାବଧାନରେ ଶିବିର ପରିଚାଳିତ ହେଉଛି। ନୋଡାଲ ଅଫିସର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ପାଢୀ ଓ କୋର୍ସ କୋର୍ଡିନେଟର ଅମିତ କୁମାର ଗାଣ୍ଟ। , ବ୍ଲକ ଫାଇନାନ୍ସ ଅଫିସର ଗଣେଶ୍ୱର ଭଟ୍ଟ ତାଲିମ ପ୍ରଦାନ କରିଛନ୍ତି। ଏହି ଶିବିରରେ ବ୍ଲକରେ ଥିବା ୧୭ ଟି ପଞ୍ଚାୟତର ସରପଞ୍ଚ, ଏ ଏନ ଏମ, ଅଙ୍ଗନବାଡି କର୍ମୀ, ଏ ଡିଇଓ , ଜି ଆର ଏସ, ପିଇଓ ମାନେ ଉପସ୍ଥିତ ରହି ପର୍ଯ୍ୟାୟ କ୍ରମେ ତାଲିମ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ଆଜି ଠାରୁ ଆରମ୍ଭ ହୋଇ ୪ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିପିଡ଼ିଓ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ରିପୋର୍ଟ :- ସଞ୍ଜୀବ କଣ୍ଡାଗରୀ