November 15, 2024

ଆଜି ପୁରୀର ସଂସ୍କୃତି ଭବନ ପରିସର ରେ ରୋଟାରୀ କ୍ଲବ ପୁରୀ, ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ସାଗର ର ମିଳିତ ସହଯୋଗ ରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଏକ ସମ୍ମାନ ସମାରୋହ ତଥା କର୍କଟ ରୋଗ ସମ୍ବନ୍ଧୀୟ ଏକ ସଚେତନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା

Share

    ଆଜି ପୁରୀର ସଂସ୍କୃତି ଭବନ ପରିସର ରେ ରୋଟାରୀ କ୍ଲବ ପୁରୀ, ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ସାଗର ର ମିଳିତ ସହଯୋଗ ରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଏକ ସମ୍ମାନ ସମାରୋହ ତଥା କର୍କଟ ରୋଗ ସମ୍ବନ୍ଧୀୟ ଏକ ସଚେତନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ରେ ଏଚ ସି ଜି ପଣ୍ଡା କର୍କଟ ଚିକିତ୍ସାଳୟର ବିଶିଷ୍ଠ ରଶ୍ମରଂଜନ ବିଶେଷଜ୍ଞ ଡାକ୍ତର ରଂଜିତ କୁମାର ମୁଖ୍ଯ ଅତିଥି ଭାବେ ଯୋଗଦେଇ କର୍କଟ ରୋଗ ର ଲକ୍ଷଣ, ଚିକିତ୍ସା ତାର ନିରାକରଣ ତଥା ପ୍ରତିଷେଧକ ବିଷୟରେ ଉଦବୋଧନ ଦେଇଥିଲେ। ରୋଟାରୀ ଜିଲ୍ଲା ୩୨୬୨ ର ଜିଲ୍ଲା ଟାସ୍କ ଫୋର୍ସ କମିଟି ର ଅଧ୍ଯକ୍ଷା ଶ୍ରୀମତି ମୀନା କର ସମ୍ମାନୀତ ଅତିଥି ରୂପେ ଉଦବୋଧନ ଦେଇ କର୍କଟ ଆକ୍ରାନ୍ତ ବ୍ଯକ୍ତି ମାନଙ୍କୁ ଦୟା ପରିବର୍ତ୍ତେ ମାନସିକ ସ୍ତରରେ ସଶକ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ। ସଭାର ଦ୍ବିତୀୟ ଭାଗରେ ୧୫ ଜଣ ବରିଷ୍ଠ ନାଗରିକ, ୧୦ ଜଣ ଗଣମାଧ୍ୟମର ପ୍ରତିନିଧି, ତଥା ୫ ଜଣ ପୋଲିସ କର୍ମୀଙ୍କୁ ତାଙ୍କର ନିରବିଛିନ୍ନ ଅକ୍ଳାନ୍ତ ସମାଜ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ମୁଖ୍ଯ ଅତିଥି ଏବଂ ପୂର୍ବତନ ପ୍ରାନ୍ତପାଳ ଦ୍ବୟ ରୋଟାରୀଏନ ଅଶ୍ବିନୀ କୁମାର କର ଓ ରୋଟାରୀଏନ ଏ ବି କର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉଦବୋଧନ ଦେବା ସହ ସମସ୍ତ ସମାଜ ସେବୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରୋଟାରୀ କ୍ଲବ ସାଗରର ଯୁଧିଷ୍ଠିର ଲେଙ୍କା କାର୍ଯ୍ୟ ଟିର ସଂପୂର୍ଣ୍ଣ ପରିଚାଳନା କରିଥିଲେ। ରୋଟାରୀ କ୍ଲବ ପୁରୀ ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସଂପାଦକ ଶୈଳେଶ କୁମାର ବେହେରା, ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ ର ସଭାପତି କୈଳାସ ଚନ୍ଦ୍ର ବେହେରା ସଂପାଦିକା ସୁଷମା ମିଶ୍ର, ରୋଟାରୀ କ୍ଲବ ସାଗରର ସଂପାଦକ ଦାମୋଦର ମହାନ୍ତି ଓ ଶ୍ଯାମାକାହ୍ନା ପଟ୍ଟନାୟକ କାର୍ଯ୍ୟକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ। ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ ର ସୁଷମା ମିଶ୍ର ପରିଚାଳନା କରିଥିଲେ ଓ ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ ର ପୂର୍ବତନ ସଭାପତି ତଥା ରୋଟାରୀ ଜିଲ୍ଲା ୩୨୬୨ ର ବର୍ତ୍ତମାନ ର ସ୍ବଚ୍ଛତା ଅଭଯାନ ଅଧ୍ଯକ୍ଷ ରବି ନାରାୟଣ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ