June 21, 2026

ନବରଙ୍ଗପୁର ଜିଲ୍ଲା ରେ ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ବିଦ୍ୟାଳୟ ପୋଷାକ ବିତରଣ……..

IMG-20241114-WA0015
Share

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ଓଡ଼ିଶା ସରକାର ଙ୍କ ର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭୁବନେଶ୍ବର ଓଡ଼ିଶା ଦ୍ଵାରା ନବରଙ୍ଗପୁର ସ୍ଥିତ ଏକ ମାତ୍ର ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଶିକ ତାଲିମ କେନ୍ଦ୍ର ଆଶାକିରଣ ର ପିଲାମାନଙ୍କୁ ବିଦ୍ୟାଳୟ ପୋଷାକ , ବୁଟ୍ , ବେଲଟ, ଟାଇ,,ଏବଂ ଟି ସାର୍ଟ ବିତରଣ କରାଯାଇଛି। ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ରୁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଆଇ ଏ ଏସ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଯୋଗଦାନ ପୂର୍ବକ ପୋଷାକ ବିତରଣ କରିଥିଲେ। ଜିଲ୍ଲାପାଳ ପିଲା ମାନଙ୍କୁ ତାଙ୍କ ସମସ୍ୟା ପଚାରି ବୁଝି ଥିଲେ। ଶିଶୁ ଦିବସ ଅବସର ରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ତଥା ଚାଚା ନେହୁରୁ ଙ୍କ ଫୋତଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପିଲାମାନଙ୍କୁ ମହାପୁରୁଷ ଙ୍କ ପଥ ରେ ପଥିକ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।। ପିଲା ମାନଙ୍କୁ ମିଠା ପ୍ରଦାନ କରି ସେମାନଙ୍କ ସାଙ୍ଗରେ ଫୋଟ ନେଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ,ସକାଳୁ ଆରମ୍ଭ ହୋଇଥିବା ସମସ୍ତ ନାଚ,ଖେଳ ବିଷୟରେ ଅବଗତ କରାଇ ଥିଲେ । ଆଗାମୀ ଦିନରେ ହେବାକୁ ଥିବା ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ କୁ ସ୍ଵତନ୍ତ୍ର ଭାବରେ ପାଳନ କରିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସୁରକ୍ଷା ଅଧିକାରୀ ଙ୍କୁ କହିଥିଲେ।ଅଧକ୍ଷ ଜଗନ୍ନାଥ ବେହେରା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସନ୍ଧ୍ୟା ରାଣୀ ବେହେରା ,ଈଶ୍ୱର ବଞ୍ଜାର ,ରିଙ୍କୁରାଜ ବେହେରା,ଶାନ୍ତି ପଣ୍ଡା,ରଶ୍ମିତା ପ୍ରଧାନ,ପାର୍ବତୀ ଜାନି , ରଶ୍ମିତ ଧନଫୁଲ ସହିତ ଅନେକ ପିତାମାତା ଓ ଅଭିଭାବକ ଉପସ୍ଥିତ ଥିଲେ।