November 16, 2024

ବେଲଗୁଣ୍ଠା ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ; ୭୨ ପ୍ରକଳ୍ପ ପ୍ରଦର୍ଶିତ ….

Share

 

 

ଜଳ ସଂରକ୍ଷଣ ଏବଂ ପ୍ରଦୂଷଣ ମୁକ୍ତ ପରିବେଶ ସମ୍ପର୍କିତ ପ୍ରକଳ୍ପ ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବା ଉଚିତ୍: ବିଧାୟକ

 

ବେଲଗୁଣ୍ଠା, ୦୮/୧୦, ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଚଳିତ ବର୍ଷର ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀର ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ଅନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମର ସାଂଗଠନିକ ସମ୍ପାଦକ ମନୋଜ କୁମାର ଘଡ଼େଇ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହ ବୃଦ୍ଧି କରିଥିଲେ I ସାଂଗଠନିକ ସମ୍ପାଦକ ମନୋଜ କୁମାର ଘଡ଼େଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ସଂପ୍ରତି ବିଶ୍ଵରେ ଜଳାଭାବ ସମସ୍ୟା ଏବଂ ପ୍ରଦୂଷଣ ସମସ୍ୟା ଉତ୍କଟ ହେଉଥିବାରୁ ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣ ଏବଂ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ଦିଗରେ ପ୍ରକଳ୍ପ ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବା ଉଚିତ୍ ବୋଲି ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର, ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ଶିଶିର କୁମାର ସ୍ୱାଇଁ ମଞ୍ଚ ପରି ଚାଳନା କରିଥିଲେ I ବିଚାରକ ରୂପେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଏବଂ ଜୀବ ବିଜ୍ଞାନ ଅଧ୍ୟାପକ ସୌମେନ୍ଦୁ ପଣ୍ଡା ଯୋଗଦେଇ ଛାତ୍ରଛତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ I ପ୍ରଦର୍ଶନୀରେ ମୋଟ ୭୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଅତିଥି ରୂପେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ବିଶ୍ୱାଳ,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ, ସରୋଜିନୀ ଦାସ,ଓଏଭି ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ,ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ସୌମେନ୍ଦୁ ପଣ୍ଡା,ସମାଜସେବୀ ପ୍ରହଲ୍ଳାଦ ଲେଙ୍କା,ପ୍ରଧାନ ଶିକ୍ଷକ ମନୋଜ ଘଡ଼େଇ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ Iଉଚ୍ଚ ବିଦ୍ୟାଳୟ ସ୍ତରରେ ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦଶମ ଛାତ୍ର ଅସୀତ୍ କୁମାର ପରିଡ଼ା , ଧୂମୂଛାଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ଅଂଶୁମାନ ପ୍ରଧାନ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପୋଲାଇ ଏବଂ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଆମ୍ବଡୋଳି ପ୍ରାଥମିକ ବିଦ୍ୟାଳୟର ଚତୂର୍ଥ ଶ୍ରେଣୀ ଛାତ୍ରୀ ଅର୍ପିତା ସ୍ୱାଇଁଙ୍କ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା I ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଏନସିସି ସ୍ଵେଚ୍ଛାସେବୀ, ସମସ୍ତ ସିଆରସିସି ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ Iଶିକ୍ଷକ ଛାୟାକାନ୍ତ ମହାପାତ୍ର, ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ଶିଶିର କୁମାର ସ୍ୱାଇଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed