ଆଜି ଭୋଳାନାଥ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ରୌପ୍ୟଜୟନ୍ତୀ
ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ଉନ୍ମୋଚନ ହେବ ସ୍ମରଣିକା ‘ଆଡ଼ପ ମଣ୍ଡପ’
ଭୋଳାନାଥ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହେବ। ଅପରାହ୍ନ ଘ୪.୧୫ମି ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୁରୀ ସଦର ବିଧାୟକ ସୁନିଲ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ସମ୍ବୋଧିତ କରିବେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ସ୍ମରଣିକା ‘ଆଡ଼ପ ମଣ୍ଡପ’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହେବ।
ସନ୍ଧ୍ୟାରେ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଓ ପୁରାତନ ଛାତ୍ର ବିକ୍ରମ ସାହୁଙ୍କ ନିର୍ଦେଶିତ ନାଟକ ‘ପେଟେଣ୍ଟ ମେଡିସିନ୍’ ମଂଚସ୍ଥ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୯ତାରିଖ ଦିନ ଭୋଳନାଥ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ବିଦ୍ୟାପୀଠ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏନେଇ ଆଜି ବିଦ୍ୟାପୀଠ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଂସଦର ସଭାପତି ଡାକ୍ତର ତ୍ରିଲୋଚନ ବରାଳ, ସାଧାରଣ ସଂପାଦକ ସୂର୍ଯ୍ୟମଣି ନାୟକ, ଅଭ୍ୟର୍ଥନା କମିଟି ଚେୟାରମ୍ୟାନ ତଥା ଉପଦେଷ୍ଟା ସୁରେନ୍ଦ୍ର ନାଥ ଦାଶ, ସ୍ମରଣିକା କମିଟି ଅଧ୍ୟକ୍ଷ ବୁଦ୍ଧଦେବ ମହାପାତ୍ର, ଉପସଭାପତି ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ଗୋଚ୍ଛିକାର, କାର୍ଯ୍ୟକାରୀ ସଂପାଦକ ବିଶ୍ଵନାଥ ଦାଶ, ବିକ୍ରମ କୁମାର ସାହୁ, ଜୟକୃଷ୍ଣ ମହାପାତ୍ର, ପ୍ରମୋଦ କୁମାର ଜେନା, ଦିଲ୍ଲିପ କୁମାର ବଳ, ହରିହର ପାଢ଼ୀ, ଯୁଗଳ କିଶୋର ସିହ୍ନା, ସରୋଜ କୁମାର ମହାନ୍ତି, ଅକ୍ଷୟ କୁମାର ମିଶ୍ର, ସତ୍ୟନାରାୟଣ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ