ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ..
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ଯାପକ ଓ ଅଧ୍ଯାପିକା ମାନଙ୍କ ପାଇଁ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “Turnitin Onsite Workshop on Academic Integrity” ଉପରେ ଅନୁଷ୍ଠିତ ହୋଇଯାଇଅଛି। ଏହା କୁ ବିଶ୍ୱବିଦ୍ୟାଳୟ ର ସ୍ନାତୋକତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଓ କୁଳସଚିବ ଶ୍ରୀସଚିଦା ନନ୍ଦ ନାୟକ ଆନୁଷ୍ଠାନିକ ଭାବେ ଉଦଘ।ଟନ କରି Turnitin Plagiarism Detection Software ଓ ଅନ୍ଯାନ୍ଯ e Resources ର ଉପାଦେୟତା ଓ ବହୁଳ ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦେଶିକା, ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, Turnitin PDS ର ବିଭିନ୍ନ ବ୍ଯବହାରିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମରେ Turnitin India Pvt Ltd ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀ ଗୌତମ ରାଭାଲ ଓ ଶ୍ରୀ ଅଭିଶେକ ରୟ Turnitin PDS ର ବିଭିନ୍ନ ବ୍ଯବହାରିକ ଦିଗ ସବନ୍ଧ ରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ଆୟୋଜକ କମିଟି ସଦସ୍ୟ ଡ:ଜିତେନ୍ଦ୍ର କୁମାର ବେହେରା, ଭାରପ୍ରାପ୍ତ ଗ୍ରନ୍ଥଗIରକ, ଡ: ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଓ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥାଗାରିକା ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକI, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସଫଳମଣ୍ଡିତ କରିଥିଲେ। ପରିଶେଷରେ ସହ ସଂଯୋଜକ ଶ୍ରୀ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।