ଆଜିର ଖବର…
୧-ବାତ୍ୟା ଦାନାର ଆସିଲା ରିପୋର୍ଟ, ହୋଇଛି ଛଅ ଶହ କୋଟିର କ୍ଷୟକ୍ଷତି।
୨-କଟକ ଏସସିବିରେ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ।
୩-ଯାଜପୁର ଟାଉନ:କିମ୍ସ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର, ରୋଗୀଙ୍କୁ ମିଳିଲା ମାଗଣା ଚିକିତ୍ସାକୁ ମାଗଣା ଔଷଧ।
୪-ଆବାସ କେଲେଙ୍କାରୀ ଦ୍ବିତୀୟ ଭାଗ:ଜାଲ କାଗଜରେ ୭୮୦ ଘର !
୫-ଆସନ୍ତା ୨୧ତାରିଖରୁ ଖୋଲିବ ମଣ୍ଡି: କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବେ ସରକାର।
୬-୧୫ରରୁ ଭୁବନେଶ୍ୱର ବାଲିଯାତ୍ରା: ପଡ଼ିବ ୧୦୦୦ ଷ୍ଟଲ, ଓଡ଼ିଆ ଅସ୍ମିତାକୁ ଗୁରୁତ୍ତ୍ୱ।
୭-ପୁରୀ:ପର୍ବପର୍ବାଣୀ ପାଳନ ଦ୍ଵନ୍ଦ୍ଵ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ, ବସିବ ପଞ୍ଜିକା ସମନ୍ଵୟ ବୈଠକ।
୮-ଅଦିନିଆ ରଥଯାତ୍ରା ଜିଦରେ ଅଟଳ ଇସ୍କନ, ବିଦେଶ ଯାଏଁ ଶୁଭିଲାଣି ବିରୋଧର ସ୍ୱର।
୯-କୋରାପୁଟ/ନନ୍ଦପୁର ହଣ୍ଟାଲୋତୋଟା ରାସ୍ତା: ସ୍ବାମୀଙ୍କୁ ଗଛରେ ବାନ୍ଧି ନିର୍ଧୁମ୍ ପିଟିଲେ, ପତ୍ନୀ କଲେ ହତ୍ୟା, ଲୁଟି ନେଲେ ସୁନା ଗହଣା।
୧୦-କଟକ:କ୍ରିକେଟ୍ ପ୍ରେମୀଙ୍କୁ ଟିକେଟ୍ ଚଡ଼କ, OCA ଉପରେ ଦର୍ଶକଙ୍କ ଅସନ୍ତୋଷ !
୧୧-କଟକ: କାଳୀ ପୂଜା ଭସାଣି ବେଳେ ଚାନ୍ଦିନୀ ଚୌକ ରୟାଲ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୬ ଆହତ।
୧୨-ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ।
୧୩-ଭୁବନେଶ୍ବର: ଭୁବନେଶ୍ବର ପଳାସପଲ୍ଲୀ ଅଞ୍ଚଳରେ ଜଣେ ଯୁବକକୁ ୩ଜଣ ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ସୂଚନା,ପୁଲିସର ଛାନଭିନ ଆରମ୍ଭ।
୧୪-ସମ୍ବଲପୁର ଉପକଣ୍ଠ ଶାସନ ଥାନା ଅନ୍ତର୍ଗତ ଝାରଘାଟି ଗ୍ରାମ:ଗୋବର୍ଦ୍ଧନ ପୂଜା ଉତ୍ସବରେ ହତ୍ୟା ଘଟଣା, ୩ ଗିରଫ।
୧୫-ଉତ୍ତରାଖଣ୍ଡ:୩ଶହ ଫୁଟ ଖାଇକୁ ଖସିଲା ବସ୍ । ଅଧିକାଂଶ ଯାତ୍ରୀ ମୃତ।
୧୬-ବିଶ୍ୱର ସର୍ବାଧିକ ଡାଟା ବ୍ୟବହାର ହେଉଥିବା ନେଟୱର୍କ ତାଲିକାର ଶୀର୍ଷରେ ପୁଣି ଥରେ ରିଲାଏନ୍ସ ଜିଓ, ପଛରେ ପଡ଼ିଲା ଚାଇନା ମୋବାଇଲ।
୧୭-ଆଗ୍ରା:ଦୁର୍ଘଟଣା ଗ୍ରସ୍ତ ହେଲା ବାୟୁ ସେନା ଫାଇଟର୍ ଜେଟ୍ ମିଗ୍-୨୯, ବର୍ତ୍ତିଗଲେ ପାଇଲଟ୍।
୧୮-ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । କହିଲେ କଟକଣା ସତ୍ତ୍ୱେ କାହିଁକି ରାଜଧାନୀରେ ଫୁଟିଲା ବାଣ
୧୯-ରାଞ୍ଚି:ବିଜେପିରେ ଯୋଗ ଦେଲେ ହେମନ୍ତ ସୋରେନଙ୍କ ଅନ୍ୟତମ ପ୍ରସ୍ତାବକ ମଣ୍ଡଳ ମୁର୍ମୁ।
୨୦-ଆଗାମୀ ୪ ବର୍ଷରେ ୬ ହଜାର କୋଟି ଟଙ୍କା ନିବେଶ କରିବ ଆପୋଲୋ, ୩,୫୧୨ ଶଯ୍ୟା କ୍ଷମତା ବଢ଼ାଇବ।
୨୧-ଗୁଜରାଟର ଅମରେଲି ଅନ୍ତର୍ଗତ ରନ୍ଧିୟା ଗ୍ରାମ:କାର ଭିତରେ ଖେଳୁ ଖେଳୁ ଲକ୍ କରିଦେଲେ ଡୋର୍, ଚାଲିଗଲା ୪ ଶିଶୁଙ୍କ ଜୀବନ।
୨୨-କାନଡାରେ ହିନ୍ଦୁ ମନ୍ଦିର ଉପରେ ହମଲା, ଠେଙ୍ଗା ବାଡିରେ ଶ୍ରଦ୍ଧାଳୁଙ୍କୁ ପିଟିଲେ ଖାଲିସ୍ଥାନୀ।
୨୩-ଇଣ୍ଡୋନେସିଆରେ ଅଗ୍ନି ଉଦ୍ଗିରଣ,୧୦ ମୃତ।