November 15, 2024

କେମିତି ଚାଲିଛି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଓ ହଷ୍ଟେଲ ?ପିଲାଙ୍କୁ ମିଳୁନି ଖାଦ୍ୟ, ବସ୍ତ୍ର ! ଅଭିଯୋଗ କଲେ ମିଳୁଛି ଧମକ ! 

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ରହିଛି । ଏହି ବିଭାଗ ଜଣେ ଆଦିବାସୀ ଙ୍କୁ ହିଁ ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯାଏ । ତେବେ ବିଭାଗ ର ଅପାରଗତା ଓ ଦାୟିତ୍ବ ହୀନତା ତଥା ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି । ସବୁବେଳେ ଏହି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ପଗଡ଼ବିଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ଆସିଛି ଅଭାବନୀୟ ଘଟଣା । ଏଠାରେ ପିଲାଙ୍କୁ ଠିକ ଭାବରେ ଖାଦ୍ୟପେୟ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ବିଦ୍ୟାଳୟ ଶୌଚାଳୟ , କକ୍ଷ ଗୁଡ଼ିକ ନିୟମିତ ପରିଷ୍କାର କରାଯାଉ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କ ପ୍ରତି ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଛାତ୍ରୀମାନେ ଏନେଇ କୌଣସି ଅଭିଯୋଗ କଲେ ବିଦ୍ୟାଳୟ ରୁ ବାହାର କରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରିବାରୁ ଏହାର ସତ୍ୟତା କିଛି ନାହିଁ ଅଭିଯୋଗ ଭିତ୍ତିହୀନ ପିଲାଙ୍କୁ ଯେମିତି ରଖିବା କଥା ରଖାଯାଇଛି ବୋଲି କହିଛନ୍ତି ।