April 28, 2026

ବିଶ୍ୱ ଶିକ୍ଷକ ଦିବସରେ ରାଉରକେଲା ଠାରେଗଜପତିର ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସମ୍ମାନୀତ

IMG-20241007-WA0009
Share

 

ପାରଳାଖେମୁଣ୍ଡି:୭/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଦୀପିକା ଇଂରାଜୀ ମିଡିୟମ ସ୍କୁଲ ଠାରେ ଅନ୍ଵେଷା ସଂସ୍ଥା ଦ୍ୱାରା ବିଶ୍ୱ ଶିକ୍ଷକ ଦିବସ ପାଳନ ହୋଇଯାଇଛି | ଏହି ଅବସରରେ ଶିକ୍ଷକ, ଅଧ୍ୟାପକ, ପ୍ରଫେସର ଓ ଅଧ୍ୟକ୍ଷ ମାନଙ୍କୁ ସମ୍ମାନିତ କରାଯାଇଥିଲା | ଏହା ସହିତ ଅନ୍ୟ ଏକ ସଂସ୍ଥା ହ୍ୟାପି ମୁମେଣ୍ଟସ ତରଫରୁ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ ଉତ୍ସବ ପାଳନ ହୋଇ ଯାଇଛି | ସମାଜ ଉପରେ ଉତ୍ତମ ଶିକ୍ଷକର ପ୍ରଭାବ ଉପରେ ଗୁରୁତ୍ୱ ଦିଆଯାଇ ଚୟନ ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ଶିକ୍ଷକ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସେଥିରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ନିଜର ଅଧ୍ୟାପନା ଦାୟିତ୍ୱକୁ ସୁଚାରୁରୂପେ ଚଳାଇ ଆସୁଥିବାରୁ ଏବଂ ମାନବିକତାକୁ ଆଧାର କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଉଚିତ ଶିକ୍ଷା ଦାନ କରିବା ସକାଶେ ତାଙ୍କୁ ସମ୍ମାନିତ କରାଯାଇଥିଲା | ଶିକ୍ଷା କ୍ଷେତ୍ର ହିଁ ଏକ ଶିକ୍ଷକର ଜୀବନକୁ ସର୍ବଶ୍ରେଷ୍ଠ କରିଥାଏ, ଏହି ମନ୍ତ୍ରରେ ବିଭୂଷିତ ହୋଇ ସେ ଅନବରତ କାର୍ଯ୍ୟ କାର୍ଯ୍ୟ କରିଆସୁଥିବାରୁ ତାର ଫଳସ୍ୱରୂପ ତାଙ୍କୁ ଆଜି ରାଉରକେଲା ସ୍ଥିତ ଅନ୍ଵେଷା ଓ ହ୍ୟାପି ମୁମେଣ୍ଟସ ଅନୁଷ୍ଠାନ ତରଫରୁ ବିଶ୍ୱ ଶିକ୍ଷକ ଦିବସ ଉପଲକ୍ଷେ ସମ୍ମାନିତ କରାଯାଇଛି ।