October 7, 2024

ସାମାଜିକ ପ୍ରତିଛବି ସର୍ବଦା ପରିବର୍ତ୍ତନଶୀଳ..

Share

 

ନୀଳଗିରି…. ସ୍ରଷ୍ଟାର ସୃଷ୍ଟିପାଇଁ ନିଜ ହୃଦୟରେ ସୃଷ୍ଟି ହେଉଥିବା କୌତୁହଳର ପ୍ରତିଫଳନରୁ ପ୍ରତିକ୍ରିୟାର ଜନ୍ମ ହୁଏ । ଅନୁଭବ ଦ୍ରୁତତର ହୁଏ, ଅବବୋଧର ମଧ୍ୟ ଜନ୍ମ ହୁଏ । ବ୍ୟକ୍ତିର ଅବବୋଧ, ଚିନ୍ତାଚେତନାର ମିଶ୍ରିତ ଭାବରୁ ଉପନ୍ୟାସର ସୃଷ୍ଟି । ଉପନ୍ୟାସରେ ବିଷୟବସ୍ତୁ ଓ ଚରିତ୍ର ଅପେକ୍ଷା ପଟ୍ଟଭୂମି ଅଧିକ ଗୁରୁତ୍ବପୂର୍ଣ୍ଣ । ମାତ୍ର କାହାଣୀର ଗତି ସରଳ ରେଖାରେ ଗତିକରେ । ପ୍ଲଟ ପାଠକ ମନରେ ଅନୁରାଗ ତିଆରି କରିବାସହ ସାମସମୟିକ ବାହ୍ୟଦୃଷ୍ଟି ତିଆରି ପାଇଁ ସୁଯୋଗ ଦିଏ । ସାମାଜିକ ପ୍ରତିଛବି ସର୍ବଦା ପରିବର୍ତ୍ତନଶୀଳ । କାହାଣୀରେ ଦ୍ଵନ୍ଦ୍ୱ କ୍ଵଚିତ ଥାଏ । ଅନ୍ତର୍ଦ୍ୱନ୍ଦ୍ୱ ସେତେବେଳେ ସମ୍ଭବ ଯେତେବେଳ କଥାବସ୍ତୁ ବକ୍ରିଳ ଗତିରେ ଗତିଶୀଳ । ଦ୍ୱନ୍ଦ୍ୱ ଯେକୌଣସି ରଚନାକୁ ଶକ୍ତିଶାଳୀ କରିବାସହ ପାଠକ ମନରେ ଚରିତ୍ରପ୍ରତି ଅନୁରାଗ ସୃଷ୍ଟିକରେ । ଖଳଚରିତ୍ରର ସୀମା ଗୋଟିଏ କାଳରେ ଶେଷ ହୁଏନାହିଁ । କାଳାନ୍ତରରେ ସେମାନେ ଅପ୍ରତିହତ ହୁଅନ୍ତି । ଖଳଚରିତ୍ର ସର୍ବଦା ସାଧାରଣ ଚରିତ୍ରକୁ ବିଭ୍ରାନ୍ତିକର କରିଥାନ୍ତି । ସାହିତ୍ୟସହ ଅନ୍ତରଙ୍ଗ ରଖୁଥିବା ସାହିତ୍ୟିକ ଅଲୋଡ଼ା ଜୀବନର ସ୍ମୃତି ଦେଖେ । ମଣିଷର ବିଚାର ବିଚାରକରେ ଆପଣାଢଙ୍ଗରେ । ମଣିଷ ସର୍ବଦା ଚାହେଁ ସମବେଦନା । ବର୍ଣ୍ଣନାର ତୀବ୍ର ପ୍ରତିକମ୍ପନ ଉପନ୍ୟାସର କଥାବସ୍ତୁକୁ ରସାଳ କରେ । ଆଧୁନିକ ନାରୀର ମୂଲ୍ୟବୋଧରୂପକ ଆଦର୍ଶ ଆତ୍ମକଥନ ଶୈଳୀରେ କିଶୋରୀଚରଣଙ୍କ ଉପନ୍ୟାସରେ ବର୍ଣ୍ଣିତ । ମନୋଭିଳାଷ ପ୍ରତ୍ୟକ୍ଷ ଭାବରେ ଦୁଃଖାଭିଭୂତ । ତୁମ ଆମ ଶତାବ୍ଦୀ ଉପନ୍ୟାସରେ ଛବି ଓ ଛବିର ବିନିମୟର ମୂଲ୍ୟାଙ୍କନ ପାଇଁ ଲେଖକ ଅଧିକ ଯତ୍ନବାନ । ତୁମ ଆମ ଶତାବ୍ଦୀ ଉପନ୍ୟାସ ରାଜନୀତିକ, ସାମାଜିକ ଓ ସାଂସ୍କୃତିକ ପୁନର୍ଗଠନର ଶତାବ୍ଦୀ । ସଂସ୍କାରୀ ଓ ବିଚାରବନ୍ତ ପାଠକ ଉପନ୍ୟାସର ଉପସଂହାର ଜାଣିପାରେ । ଲେଖକ ଓ ପାଠକ ସ୍ତରରେ ବ୍ୟବଧାନ ନାହିଁ । ପାଠକ ବିନା ଲେଖକର ସ୍ଥାନ ନାହିଁ । ସମାଲୋଚକ ବିନା ଲେଖକର ମୂଲ୍ୟ ନାହିଁ । ଗାନ୍ଧୀ ଆଦର୍ଶର ଅନୁପନ୍ଥୀ କିଶୋରୀଚରଣ ଦାସ । ନୂତନ ସୃଷ୍ଟି ଆବାହନର ବୀଜମନ୍ତ୍ର । ଗାନ୍ଧୀଙ୍କ ଚଷମା ସ୍ଵଚ୍ଛତାର ପ୍ରତୀକ, ଇଙ୍ଗିତ ନୁହେଁ । ଗାନ୍ଧୀଙ୍କ ଚଷମା ଭାରତୀୟ ମୂଲ୍ୟବୋଧର ପ୍ରତୀକ । କିଶୋରୀଚରଣଙ୍କ ଉପନ୍ୟାସ ସମଗ୍ର ଅବବୋଧର ଅଭିଭୂତ ଅନୁଧ୍ୟାନ । ସର୍ବୋପରି କଲ୍ପନା ଭିତରେ ଇଙ୍ଗିତ ଧର୍ମିତା ଏକ ନିଛକ ପ୍ରତିପାଦ୍ୟ ବିଷୟବୋଲି ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ବାରା ଆୟୋଜିତ ଷୋଡଶ ଆଭାସୀ ଆଲୋଚନାଚକ୍ରରେ ଔପନ୍ୟାସିକ କିଶୋରୀଚରଣ ଦାସଙ୍କ ଉପନ୍ୟାସ ଜଗତ ଆଲୋଚନାକରି ଆଲୋଚକ ସାରସ୍ବତ ଜଗତର ବରିଷ୍ଠ ସମାଲୋଚକ, ବାଗ୍ମୀ ପ୍ରଫେସର ନଟବର ଶତପଥୀ ଓ ରମାଦେବୀ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଡ. ସ୍ନିଗ୍ଧାଶୁଭଦର୍ଶିନି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପରିବାରର ସଂପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ପାନ କାର୍ଯ୍ୟକ୍ରମରେ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଜୟଶ୍ରୀ ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିବାବେଳେ ଶେଷରେ ବୁର୍ଜା ଜୁନିୟର ମହାବିଦ୍ୟାଳୟ , ଲକ୍ଷ୍ମୀପୁର, କୋରାପୁଟର ଅଧ୍ୟାପକ ଡ. ଅମରେଶ ସେନାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସମଗ୍ର ଓଡ଼ିଶାର ସାରସ୍ୱତ ଜଗତର ଶତାଧିକ ସାଧକ ସାଧିକା, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସହ ସାହିତ୍ୟ ପିପାସୁ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଏପରି କାର୍ଯ୍ୟକ୍ରମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

 

 

 

ଦେବାଶିଷ ଦାଶ କ୍କ ରିପୋର୍ଟ

You may have missed