October 7, 2024

ଉମରକୋଟ ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ………….

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ର 33 ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରା ଯାଇଛି। ଉମରକୋଟ ପରି ଏକ ଉପାନ୍ତ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଅଞ୍ଚଳ ର ସବୁ ବର୍ଗ ବିଶେଷ କରି ଗରିବ ଛାତ୍ର ଛାତ୍ରୀ ଙ୍କ ପାଇଁ ଏହି ଅନୁଷ୍ଠାନ ଏକ ଆଶା ର ଆଲୋକ ହେଇ ପାରିଛି ବୋଲି ସ୍କୁଲ ର ପ୍ରତିଷ୍ଠାତା ଜୟ ଦେବ କୁମାର ପରିଡା ନିଜ ଭାଷଣ ରେ କହିଛନ୍ତି। ଏହି ଶିକ୍ଷାନୁଷ୍ଠାନ ରେ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ର ଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇ ଡକ୍ଟର, ଇଂଜନିୟର, ବ୍ୟାଙ୍କ ଅଫିସର ଓ ବିଭିନ୍ନ ଉଚ ପଦବୀ ରେ ଚାକିରୀ କରି ଅନୁଷ୍ଠାନ ର ସଫଳ ଆଣିଛନ୍ତି ବୋଲି ଶ୍ରୀ ପରିଡା କହିଚନ୍ତି। ଶିକ୍ଷାନୁଷ୍ଠାନ ରେ ଶିକ୍ଷା ଗ୍ରହଣ କରି ନିଜ ଡକ୍ଟର, ଇଂଜନିୟର , ବ୍ୟାଙ୍କ ଚାକିରୀ କ୍ଷେତ୍ରରେ ସଫଳ ହୋଇଥିବା ବିଭିନ୍ନ ପୂର୍ବତନ ଛାତ୍ର ଛାତ୍ରୀ ବାର୍ଷିକ ଉତ୍ସବ ରେ ଯୋଗଦେଇ କିଭଳି ଏହି ଶିକ୍ଷାନୁଷ୍ଠାନ ରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ସେମାନେ ସଫଳତା ହାସଲ କରିଛନ୍ତି ତାହା ବର୍ଣ୍ଣନା କରିବା ସହ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି ତାହା ର ସମ୍ମୁଖୀନ ହେବା ପାଇଁ ଏହି ଶିକ୍ଷା ଅନୁଷ୍ଠାନ ସାହାସ ଯୋଗାଉଥିବା କହିଛନ୍ତି । ମୁଖ୍ୟ ଅତିଥି ଭାବେ ସ୍କୁଲ ର ସମ୍ପାଦିକା ରାଜ ଲକ୍ଷ୍ମୀ ପରିଡା ନିଜ ଭାଷଣ ରେ ବର୍ତ୍ତମାନ ଯୁଗ ରେ ଛାତ୍ର ଛାତ୍ରୀ ମାନଂକୁ ଚାକିରି କ୍ଷେତ୍ର ରେ ହେଉ ଥିବା ଚାଲେଞ୍ଜ କୁ କିପରି ସମ୍ମୁଖୀନ ହେବେ ଏହା ଏହି ଶିକ୍ଷା ଅନୁଷ୍ଠାନ ଉଚିତ୍ ଶିକ୍ଷା ଦେଉ ଥିବା କହିଛନ୍ତି। ତେବେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଭଲ ପାଠ ପଢିବା

ସହ ନିଜ ଉତ୍ତମ ବ୍ୟବହାର ସଫଳତା ର ଶୀର୍ଷ ରେ ପହଞ୍ଚିବ। ରେ ସାହାଯ୍ୟ କରିବ ବୋଲି ଶ୍ରୀମତୀ ପରିଡା କହି ଥିଲେ। ସମିତ୍ର ଚକ୍ରବର୍ତ୍ତୀ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜିବ ପଣ୍ଡା ବାର୍ଷିକ ବିବରଣୀ ପାଠ କରି ଥିଲେ। ନିର୍ଦ୍ଦେଶିକା ଓମ ପ୍ରଭା ସାହୁ, ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା, ନିର୍ଦ୍ଦେଶିକା ସୁଜାତା ମହାନ୍ତି, ପ୍ରଶାସନିକ ଅଧିକାରୀ ଏସ ଏନ ମୂର୍ତ୍ତି, ପରିଚାଳନ । କମିଟି ସଦସ୍ୟ ଦୟାଲ ମିତ୍ର, ଅଧକ୍ଷ। କବିତା

ପ।ତ୍ର , ରାଇଘର ସ୍କୁଲ ଅଧକ୍ଷ ମନୋରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚ।ସିନ ଥିଲେ। ଗତ ବର୍ଷ ଦଶମ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଲକ୍ ଜୈନ, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଅର୍ପିତା ପାତ୍ର ଓ ତୃତୀୟ ସ୍ଥାନ ହାସଲ କରିଥିବା ସ୍ଵ ଲେହା ବାନ ଙ୍କୁ ପୁରସ୍କୃତ କରାଯାଇଥିଲା। ସେହି ପରି ବିଦ୍ୟାଳୟ ର ଶ୍ରେଷ୍ଠ ଶିକ୍ଷକ ଭାବରେ ରାମ ପ୍ରସାଦ ତୁରୁକ, ମୁକେଶ ମଣ୍ଡଳ , ରବି ଶଙ୍କର ପଟ୍ଟନାୟକ ଓ ଗୀତ। ପଟ୍ଟନାୟକ ଙ୍କୁ ସ୍କୁଲ କମିଟି ତରଫରୁ ସମ୍ମାନିତ କରାଯାଇଥିଲା। ଏହି ଅବସର ରେ ପୂର୍ବତନ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା। ସେହି ପରି ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ।କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷ ରେ ନିର୍ଦ୍ଦେଶିକା ଓମ ପ୍ରଭା ସାହୁ ଧନ୍ୟବାଦ୍ ପ୍ରସ୍ଥାନ ଆଗତ କରି ଥିଲେ ।