October 5, 2024

ସ୍ୱତନ୍ତ୍ର ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷରେ ପଦାର୍ପଣ କରିଲା କିନ୍ତୁ କମିଛି ଅଭିବୃଦ୍ଧି ବଢୁଛି ବିଭିନ୍ନ ସମସ୍ୟା 

Share

 

ରାୟଗଡା : ଅଭିଭକ୍ତ କୋରାପୁଟ ଜ଼ିଲ୍ଲା କୁ ଭାଗ ଭାଗ କରି ଠିକ ଆଜିର ଦିନ ରେ ରାୟଗଡା ଜ଼ିଲ୍ଲା ଜନ୍ମ ଲାଭ କରିଥିଲା l ଅକଟୋବର 2 ତାରିଖ 1992 ମସିହା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସି ନୂତନ ଭାବେ ରାୟଗଡା ଜ଼ିଲ୍ଲା ଘୋଷଣା କରିଥିଲେ ଏହି ସମୟରେ ବିଜୁବାବୁ ଙ୍କ ସହିତ ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଉପସ୍ଥିତ ରହିଥିଲେ l ପ୍ରସାଶନ କୁ ଜନସାଧାରଣ ଙ୍କ ନିକଟତର କରିବା ସହିତ ବିକାଶ ପଥକୁ ଆଗେଇନେବା ଉଦେଶ୍ୟ ରେ ନୂତନ ଜ଼ିଲ୍ଲା ଗଠନ ହୋଇଥିଲା କିନ୍ତୁ ବାସ୍ତବରେ କେତେ ପରିମାଣରେ ସଫଳ ହୋଇଛି ଓ ଅନେକ କିଛି ବାକିରହିଛି l ଇତିହାସ କୁ ଅବଲୋକନ କରିଲେ ଜଣାପଡୁଛି ଯେ ରାୟଗଡା ଜ଼ିଲ୍ଲା ଗଠନ ପରେ ଜନତା 2 ବର୍ଷ 6 ମାସ କଂଗ୍ରେସ ସରକାର 5 ବର୍ଷ ବିଜେଡି ଓ ବିଜେପି ମିଳିତ ସରକାର 10 ବର୍ଷ ବିଜୁ ଜନତା ଦଳ 14 ବର୍ଷ ଶାସନ କରିଥିଲେ ଓ ବିଜେପି ଦଳ ବର୍ତ୍ତମାନ ଆଜି ସୁଦ୍ଧା 113 ଦିନ ଧରି ଶାସନ କରିଆସୁଛନ୍ତି କିନ୍ତୁ ଯାହା ବିକାଶ ହୋଇନାହିଁ ତାହା ବର୍ତମାନ ର ଡବଲ ଇଞ୍ଜିନି ମୋଦି ଓ ମୋହନ ସରକାର ସମୟରେ କାର୍ଯ୍ୟ ରେ ନିଶ୍ଚିତ ଭାବେ ପରିଣତ ହେବ ବୋଲି ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ନାୟକ କହିଛନ୍ତି l ଏହି ରାୟଗଡା ଜ଼ିଲ୍ଲା 11 ଗୋଟି ବ୍ଲକ 182 ଗ୍ରାମ ପଂଚାୟତ 2672 ଗରମ ଓ 2 ଟି ପୌର ପରିଷଦ 1 ଗୋଟିଏ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗଠିତ l ତୃଣମୂଳ ସ୍ତର ରେ କ୍ଷମତା କୁ ବିକେନ୍ଦ୍ରିକରଣ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସର୍ବପରି ଅନୁନ୍ନତ ଅଞ୍ଚଳ ର ବିକାଶ ସାମୁହିକ ବିକାଶ ର ବୃହତ ପରିକଳ୍ପନା ନେଇ ଗଠିତ ଜ଼ିଲ୍ଲା ଆଦ୍ୟାବିଧି ପୂର୍ଣ୍ଣତା କରିପାରିନାହିଁ l ରାଜନୈତିକ ପଶାପାଲି ହେଉ କିମ୍ବା ପ୍ରସାଶନିକ ଅଧିକାରୀ ଙ୍କ ଇଛାଶକ୍ତି ବଳ ରେ ଏହି ଜ଼ିଲ୍ଲା ଯେତିକି ଦୁର୍ନାମ ଆଣିବି ସେତିକି ସୁନାମ ମଧ୍ୟ୍ୟ ସାଉଁଟିଛି l କାଶୀପୁର ଜନନୀ ଯନ୍ତ୍ରଣା ର ସ୍ୱର ତ ଆଉ କେତେବେଳେ ଏହି ଜ଼ିଲ୍ଲା ରୁ ବାହାର ରାଜ୍ୟରେ ଦାଦନ ଯନ୍ତ୍ରଣା ର ଆର୍ତ୍ତନାଦ ସହିତ ଦୁର୍ଗମ ଅଞ୍ଚଳ ରେ ଯୋଜନା କୁ କେବଳ କାଗଜ କଲମ ରେ ସୀମିତ କରି ସରକାରୀ ବାବୁଙ୍କ ଅର୍ଥ ଆତ୍ମସାତ ର ଅଭିଯୋଗ ସ୍ୱତେ ମଧ୍ୟ୍ୟ ଜ଼ିଲ୍ଲା ର ଛବି ମଳିନ ପଡିଥିବା ସମୟରେ ମିଲେଟ ମିଶନ ର ସଫଳ ଭୂମିକା ଓ ମନେରଙ୍ଗା ଯୋଜନା ରେ ସଫଳତା ସୁନାମ ଆଣିଛି l ଖଣି ଖାଦନ ରେ ଭରା କାଶୀପୁର ବ୍ଲକ ରେ ମେଗା ଜଳ ସେଚନ ଜଳ ଯୋଗାଣ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଛି l ସେହିଭଳି ବହୁ ଗ୍ରାମ କୁ ଯାତାୟତ ନିମନ୍ତେ ଗମନାଗମନ ର ସୁଗମ ରାସ୍ତା ହୋଇପାରିନାହିଁ l ଆଜି ମଧ୍ୟ୍ୟ ଗର୍ଭବତି ମହିଳା ମାନେ ଖଟିଆ ରେ ବୁହା ହୋଇ ମେଡିକାଲ କୁ ଯିବାର ଦେଖିବାକୁ ମିଳୁଛି l ଜ଼ିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରୁ ଆରମ୍ଭ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଙ୍କ ସହିତ ଅନ୍ୟକର୍ମଚାରୀଙ୍କ ଅଭାବ ରହିଛି ସେଥିପାଇଁ ଠିକ ସମୟରେ ରୋଗର ନିରାକରଣ ହେଇପାରୁନାହିଁ l ଜ଼ିଲ୍ଲା ରର ସର୍ବମୋଟ 461 ଗୋଟି ଡାକ୍ତର ପଦବି ଅନୁମୋଦିତ ଥିବାବେଳେ ଅଛନ୍ତି ମାତ୍ର 147 ଜଣ ଦୀର୍ଘ ବର୍ଷ ଧରି ଖାଲି ରହିଛି 314 ତି ଡାକ୍ତର ପଦବୀ l ଜ଼ିଲ୍ଲା ରେ ଏକ ମେଡିକାଲ କଲେଜ ସ୍ଥାପନା ନେଇ ଘୋଷଣା ହୋଇଥିଲେ ମଧ୍ୟ୍ୟ ତାହା ବାଟବଣା ହୋଇରହିଛି l ଶିକ୍ଷା ବ୍ୟବସ୍ତା ଅତିଦୟନୀୟ ଜ଼ିଲ୍ଲା ର 67ପ୍ରାଥମିକ ସ୍କୁଲରେ ମାତ୍ର 1 ଜଣ ଲେଖାଏ ଶିକ୍ଷକ ଶିକ୍ଷୟତ୍ରୀ ଦ୍ୱାରା ପରିଚାଳିତ ହେଉଛି l ଶିକ୍ଷା ଯେପରି ଗାଁ ରେ ପହଂଚିବ ସେଥିପାଇଁ ଗତ ସରକାର ଜ଼ିଲ୍ଲା ର 7 ଗୋଟି ହାଇ ସ୍କୁଲ କୁ ଉନ୍ନତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ କରିଥିଲେ l କିନ୍ତୁ ବର୍ତମାନ ସୁଦ୍ଧା ସେହିଠାରେ ଜଣେ ହେଲେ ଅଧ୍ୟାପକ ନିଯୁକ୍ତି ପାଇଁନାହାନ୍ତି 44 ଜଣ ଅତିଥି ଅଧ୍ୟାପକ ଙ୍କ ଦ୍ୱାରା ପାଠପଢ଼ା ଚାଲିଛି l ଏପରିକି ଉନ୍ନତି ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ଭିତିଭୂମି ମଧ୍ୟ୍ୟ ଗଢ଼ାଯାଇନାହିଁ l. ଚାଷୀଙ୍କ ପାଇଁ ଏକ ଶୀତଳଭଣ୍ଡାର ମଧ୍ୟ୍ୟ ନାହିଁ l ନୂଆ ବ୍ଲକ ଗଠନ ର ଆବଶ୍ୟକ ରହିଥିଲେ ମଧ୍ୟ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି ଓ ରାୟଗଡା ଜ଼ିଲ୍ଲା ରେ ଯାହା ଆବଶ୍ୟକ ବିକାଶ ପ୍ରସଙ୍ଗ ରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ 1980 ଓ ପରେ କଂଗ୍ରେସ ସରକାର ସମୟରେ ହୋଇଥିଲା ବୋଲି l ରାଜ୍ୟରେ ବିଜେଡି ସରକାର ଦୀର୍ଘ 24 ବର୍ଷ ଧରି ଶାସନ କରି କେବେଳ ବିକାଶ କୁ କେବଳ ପ୍ରତିଶୃତି ଓ ଘୋଷଣା ରେ ସୀମିତ ରଖିଦେଲେ l ରାୟଗଡା ଜ଼ିଲ୍ଲା ଗଠନ ଠାରୁ ବର୍ତମାନ ସୁଦ୍ଧା 18 ଜଣ ଜ଼ିଲ୍ଲାପାଳ ଙ୍କ ମଧ୍ୟରୁ 12 ଜଣ ଭାରତୀୟ ପ୍ରସାଶନିକ ସେବା ଓ 6 ଜଣ ଓଡିଶା ପ୍ରସାଶନିକ ସେବା ( ଏସ ଏ ଜି )ଦାୟିତ୍ୱ ନେଇସାରିଲେଣି l ଜ଼ିଲ୍ଲା 32 ବର୍ଷ ରେ ଦେଖିଲାଣି 18 ଜ଼ିଲ୍ଲାପାଳ ସେଥିମଧ୍ୟରୁ 15 ଜଣ ପୁରୁଷ ଓ 3 ଜଣ ମହିଳା ଜ଼ିଲ୍ଲାପାଳ l ପ୍ରତ୍ୟେକ ଜ଼ିଲ୍ଲାପାଳ ନିଜ ନିଜ ତରିକାରେ ଜ଼ିଲ୍ଲାକୁ ଆଗେଇନେବା ପାଇଁ କାମ କରିଛନ୍ତି l କେତେକ ଦିଗରେ ସଫଳ ହୋଇଛି ତ କେତେକ ଦିଗରେ ବିଫଳ ହୋଇଛି l କିଂତୁ ବର୍ତ୍ତମାନ ର ନୂତନ ଜ଼ିଲ୍ଲାପାଳ ପାରୁଲ ପଟୱାରୀ କହିଛନ୍ତି ଯେ ଜ଼ିଲ୍ଲା ର ଶିକ୍ଷା ଶିକ୍ଷା ବ୍ୟବସ୍ଥା ର ପରିବର୍ତନ ସହିତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ମାନ ଚାଲିଛି ବୋଲି l ନୂତନ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଚାଲିଛି ଏହା ଶେଷ ହେଲେ ଶିକ୍ଷା ସମସ୍ୟା ର ସମାଧାନ ହୋଇଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି l ଠିକ ସେହିପରି ରାୟଗଡା ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର କହିଛନ୍ତି ଯେ ଜ଼ିଲ୍ଲା ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରସାଶନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି ଓ ବିଦ୍ୟୁତ ବିତରଣ ତଥା ନେଟୱାର୍କ ସମସ୍ୟା ର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ