November 26, 2024

ଜିଲ୍ଲାସ୍ତରୀୟ ଓଭରସାଇଟ୍ କମିଟି ବୈଠକ :ଥାନା ଗୁଡ଼ିକରେ ସମ୍ଭାବ୍ୟ ମାନବାଧିକାର ଉଲ୍ଲଂଘନ ରୋକିବା ନେଇ ଗୁରୁତ୍ୱ

Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଜିଲ୍ଲାସ୍ତରୀୟ ଓଭରସାଇଟ୍ କମିଟି ର ଏକ ବୈଠକ ରାଜସ୍ବ ଆୟୁକ୍ତ, ଉତ୍ତରାଞ୍ଚଳ, ସମ୍ବଲପୁର ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ପରିଷଦ ସଭାପତି ଙ୍କ ସମେତ ୧୨ଟି ଜିଲ୍ଲାର ନିମନ୍ତ୍ରିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହୋଇଥିଲେ।ଥାନା ଗୁଡ଼ିକରେ ସମ୍ଭାବ୍ୟ ମାନବାଧିକାର ଉଲ୍ଲଂଘନ ରୋକିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଆଦେଶ କ୍ରମେ ଶ୍ରୀ ଜାଧଭ ୨୦୨୪ ର ଡବ୍ଲ୍ୟୁପି(ସି) ନଂ ୨୩୭୩୫ରେ, ୨୦୨୦ର ସ୍ୱତନ୍ତ୍ର ଲିଭ୍ ପିଟିସନ୍ (କ୍ରିମିନାଲ) ନଂ ୩୫୪୩ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ବିଭିନ୍ନ ସର୍ତ୍ତ୍ବାବଳି ଓ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ରାଜସ୍ବ ବିଭାଗୀୟ କମିଶନର, ଉତ୍ତରାଞ୍ଚଳ, ସମ୍ବଲପୁର ଜିଲ୍ଲାର ସମ୍ପୃକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ସିସିଟିଭିର ନିରନ୍ତର ତଦାରଖ, ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵାରୋପ କରିବା ସହ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ମାନେ ଥାନା ପରିଦର୍ଶନ ସମୟରେ ଏହାର ତଦାରଖ କରିବା ସହିତ ମାସିକ ରିପୋର୍ଟ ଜିଲ୍ଲାସ୍ତରୀୟ ଓଭରସାଇଟ୍ କମିଟି କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଯାହାଦ୍ୱାରା ପ୍ରତି ମାସରେ ରାଜ୍ୟସ୍ତରୀୟ ଓଭରସାଇଟ୍ କମିଟି କୁ ରିପୋର୍ଟ ପ୍ରଦାନ କରାଯିବ। ସମସ୍ତ ଥାନାରେ ଅଡିଓ ଭିଡ଼ିଓ ସୁବିଧା ସହ ସିସିଟିଭି ଲଗାଇବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ନାମା ଜାରି କରିଥିବାରୁ କ୍ୟାମେରାର ଉପଯୁକ୍ତ ଓ ନିରନ୍ତର ରକ୍ଷଣାବେକ୍ଷଣ ଏବଂ ଥାନାରେ ଘଟଣାର ରେକର୍ଡିଂ ପାଇଁ କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ଅତ୍ୟାଧୁନିକ ଯୁଗରେ ବୈଜ୍ଞାନିକ ଉପକରଣ ସ୍ଥାପନ କରି ଥାନାକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଥାନା ଗୁଡ଼ିକରେ ଘଟୁଥିବା ଘଟଣାର ରେକର୍ଡିଂ ନିରନ୍ତର ତଦାରଖ ଓ ତଦାରଖ ଦ୍ୱାରା ମାନବାଧିକାର ଉଲ୍ଲଂଘନ ଇତ୍ୟାଦିକୁ ନିୟନ୍ତ୍ରଣ ଓ ନିଷିଦ୍ଧ କରାଯାଇପାରିବ ବୋଲି କମିଟିର ସଦସ୍ୟମାନେ ସର୍ବସମ୍ମତିକ୍ରମେ ମତ ବ୍ୟକ୍ତ କରିଥିଲେ। ଶେଷରେ ଜିଲ୍ଲାରେ ନିୟମିତ ଭାବେ ବୈଠକ ଆୟୋଜନ କରି ରିପୋର୍ଟ ପ୍ରଦାନ କରିବାକୁ କମିଟି ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed