ଆଜିର ଖବର..
୧-ବଦଳିଲା ସ୍କୁଲ ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ।
୨-ଆସୁଛି ଦୁର୍ଗାପୂଜା : ଦୈତନଗରୀର ସମସ୍ତ ରାସ୍ତାକାମ ଶେଷ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ।
୩-ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ।ପାଗ ଶୁଖିଲା ରହିବ,୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ।
୪-ପାର୍ବଣ ପାଇଁ କଟକଣା; ଦଶହରାରେ ବାଜିବନି ଡିଜେ, ଜଳିବିନି ଲେଜର ଲାଇଟ୍।
୫-ପୁରୀ:ନିଲାମ ହେବ ଅର୍ପଣ ଚାଉଳ, ଯେଉଁ ମିଲର ବା ବ୍ୟକ୍ତି ଚାହିଁବେ କିଣିପାରିବେ।
୬-ଝାଡ଼ଖଣ୍ଡ ଓଡ଼ିଆଙ୍କୁ ମୋହନଙ୍କ ପ୍ରତିଶ୍ରୁତି, ମାଗଣାରେ ମିଳିବ ବହି, ଦୁଇ ଗୁଣା ବଢ଼ିଲା ଶିକ୍ଷକଙ୍କ ଦରମା।
୭-ଆରଡ଼ି: ଆରଡ଼ି ନିକଟସ୍ଥ ବୋଡକ ଓ ସାଠିବାଙ୍କୁଡା ଗାଁ ପାଖ ବୈତରଣୀରେ କୁମ୍ଭୀର, ନଦୀକୂଳିଆ ଭୟଭୀତ।
୮-ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ, ଏମିତି ନୁହେଁ ଯେ ରାତିରେ ଆସିଲେ ଅଭିଯୋଗ ଶୁଣାଯିବନି: ପୁଲିସ କମିଶନର।
୯-ଘୋଷଣା ହେଲା ‘ସମାଜ’ ଗଣମାଧ୍ୟମ ପୁରସ୍କାର: ୭ଟି ବିଭାଗରେ ୨୨ ପ୍ରତିଭା ମନୋନୀତ, ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ ହେବେ ପୁରସ୍କୃତ ।
୧୦-ଭୁବନେଶ୍ୱର:କାର୍ତ୍ତିକ ବ୍ରତ ପାଳନ ପାଇଁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କଲେ ସରକାର।
୧୧-ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ‘ମହାତ୍ମା ସମ୍ମାନ’, ନୂଆଦିଲ୍ଲୀରେ ବିର୍ଲା ଗ୍ରୁପ୍ କଲା ସମ୍ମାନିତ।
୧୨-ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଯୁବକ ମୃତ।
୧୩-ଭୁବନେଶ୍ୱର:୫କୋଟି ୩୫ ଲକ୍ଷ ହଡପ କରି ଜେଲ ଗଲା ଠକ, ଗ୍ରାହକଙ୍କ ଟଙ୍କାରେ କରୁଥିଲା ବିଳାସମୟ ଜୀବନ ଯାପନ।
୧୪-ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟାନ୍, କାର୍ଯ୍ୟାନୁଷ୍ଠାନ ନେଲା ମନ୍ଦିର ପ୍ରଶାସନ।
୧୫-ପଟ୍ଟାମୁଣ୍ଡାଇ:ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର, ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ।
୧୬-ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଯାଇଛି।
୧୭-ଇଭିଏମ୍ ଟାମ୍ପରିଂ ଅଭିଯୋଗ ମାମଲା : ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍।
୧୮-ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା।
୧୯-ମାହାଙ୍ଗା ଡବଲ ମର୍ଡର ମାମଲା, ସାଲେପୁରJMFC ଅଦାଲତଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ
୨୦-ସେପ୍ଟେମ୍ବରରେ ୬.୫% ବଢ଼ିଲା ଜିଏସଟି ସଂଗ୍ରହ, ହେଲେ ମାସିକ ଆଧାରରେ କମିଲା କଲେକ୍ସନ।
୨୧-କାନପୁର ଟେଷ୍ଟ ଜିିତିଲା ଭାରତ,୭ ଓ୍ବିକେଟରେ ୨ୟ ଟେଷ୍ଟ ଜିତିଲା ଭାରତ।
୨୨-ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*