October 5, 2024

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

 

 

ବରଗଡ଼ : ୦୧.୧୦(ଜୟନ୍ତ କୁମାର ସେଠ)ଆଜି ସକାଳ ୭.୦୦ ଘଟିକା ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାବୁଆ ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ଘରୋଇ ବସ ଷ୍ଟାଣ୍ଡ ପରିସରରେ ସ୍ଵଚ୍ଛତା ହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଘରୋଇ ବସ ମାଲିକ ସଂଘ ର ସଦସ୍ୟ ମାନଙ୍କ ସହାୟତା ରେ ଅନୁଷ୍ଠିତ ହୋଇଥିବା ବେଳେ ସଦର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ସ୍ୱଛତାର ବାର୍ତ୍ତା ଦେଇଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ମାନବାଧୀକାର କମିଶନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜସବିର ସିଂହ ସାଇନି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ନିଜ ଘର ଏବଂ ସହରକୁ ସ୍ଵଛ,ସବୁଜ ସୁନ୍ଦର ରଖିବାକୁ କହିଥିଲେ ମୋଟର ଯାନ ଡିଲର ପଏଣ୍ଟ ଏବଂ ଘରୋଇ ବସ ମାଲିକ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତେ ମିଶି ସ୍ଥାନୀୟ ଘରୋଇ ବସ ଷ୍ଟାଣ୍ଡ ପରିଶରକୁ ସଫା କଲା ପରେ

ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମାଝୀ ସମସ୍ତ ଅଂଶଗ୍ରହଣକାରୀ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।