April 30, 2026

ଓଡିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଶ୍ରୀକ୍ଷେତ୍ର ପୁରୀରେ ମହାସମାରୋହ ରେ ପାଳନ କରାଯାଇଛି l

IMG-20241001-WA0011
Share

   ଓଡିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଶ୍ରୀକ୍ଷେତ୍ର ପୁରୀ ପୌରସଦନ ପରିସରରେ ମହାସମାରୋହ ରେ ପାଳନ କରାଯାଇଛି l ଏହି ସମ୍ମିଳନୀ ରେ ଓଡ଼ିଶାର ବିଭିନ୍ନ ମେଡିକାଲ ର ଲାବୋରେ୍ଟୋରୀ ଟେକନିସିଆନମାନେ ଯୋଗଦେଇଥିଲେ l ପୁରୀଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ, ଡିନ ଓ ପ୍ରିନ୍ସିପାଲ,ଶ୍ରୀଜଗନ୍ନାଥ ଭେସଜ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଞ୍ଚାସିନ ହୋଇ ଚିକିତ୍ସା କ୍ଷେତ୍ର ରେ ଲାବୋରେ୍ଟୋରୀ ଟେକନିସିଆନ ମାନଙ୍କ ଭୂମିକା ରୋଗ ନିରୂପଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପୋଷଣ କରିଥିଲେ l ପରେପରେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ଆଗାମୀ ଦୁଇବର୍ଷ ପାଇଁ ସଭାପତି ଭାବେ ଲେଲିନ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଅନନ୍ତ ଭଦ୍ର, ଉପସଭାପତି ଭାବେ ପ୍ରଦୀପ କୁମାର ଶତପଥୀ, କରନ କୁମାର ବେହେରା,କୋଷାଧକ୍ଷ ସନ୍ତୋଷ କୁମାର ଦଳାଇ ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଜଏଣ୍ଟ ଅର୍ଗାନାଇଜ ସେକ୍ରେଟାରୀ ପୁଷ୍ପାଞ୍ଜଳି ନାୟକ, ପ୍ରସନ୍ନ କୁମାର ଦାସ, ଶକ୍ତିକାନ୍ତ ମହାପାତ୍ର, ଭବାନୀ ଶଙ୍କର ମହାନ୍ତି, ଶ୍ରୀନିବାସ ମହାନ୍ତି, ଜୋଶ୍ନରାଣୀ ପ୍ରମୁଖ ସମ୍ମିଳନୀ ଆୟୋଜନ ସହିତ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed