June 24, 2026

ଉମରକୋଟ ନର୍ସିଙ୍ଗ ଷ୍ଟାଫଙ୍କ ଆହରାତ୍ରି ସିରିଞ୍ଜ ଛାଡ଼ ଆନ୍ଦୋଳନ, ଉମରକୋଟ ରେରୋଗୀ ସେବା ବ୍ୟାହତ……..

IMG-20240929-WA0017
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସମଗ୍ର ଓଡିଶା ରେ ୧୦ ଦଫା ଦାବି ନେଇ ନର୍ସିଂ ଷ୍ଟାଫ ଙ୍କ ଅନ୍ଧୋଲାନର ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ମଧ୍ୟ ପଡ଼ିଛି ଫଳ ସ୍ଵରୁପ ରୋଗି ସେବା ବ୍ୟାହତ ହେଇ ପଡ଼ିଛି। ଉମରକୋଟ ରେ କାର୍ଯ୍ୟରତ 50 ରୁ ଉର୍ଦ୍ଧ ନର୍ସିଙ୍ଗ ଷ୍ଟାଫ ଆହରାତ୍ରି ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ନିଷ୍ପତି ରେ ଏହି ସମସ୍ୟା ସୃଷ୍ଟି ହେଇଛି।।ନର୍ସିଙ୍ଗ ଷ୍ଟାଫ ଙ୍କ ଦଶ ଦଫା ଦାବିକୁ ନେଇ ଦୀର୍ଘ ତିନି ଦିନ ଶାନ୍ତି ପୂର୍ଣ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ ଅଣ ଦେଖା କରିବାରୁ ଆଜିଠାରୁ ଅହରାତ୍ରି ଆନ୍ଦୋଳନ ପାଇଁ ନିଷ୍ପତି ନେଇଛୁ ବୋଲି ନର୍ସିଂ ଷ୍ଟାଫ କହିଛନ୍ତି। ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ରେଫରାଲ ହସ୍ପିଟାଲ ହେଇ ଥିବ। ରୁ ୫ ଟି ଯଥା ବ୍ଲକ ଉମରକୋଟ,

ରାଇଘର,ଝରୀଗାଁ,ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକରୁ ପ୍ରତିଦିନ ସତାଧିକ ରୋଗୀ ଚିକିତ୍ସା ପାଇଁ ଏହି ହସ୍ପିଟାଲ କୁ ଆସନ୍ତି। ନର୍ସିଂ କର୍ମଚାରୀ ଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ନର୍ସିଙ୍ଗ ଷ୍ଟାଫ ଧାରଣାରେ ବସିଥିବା ବେଳେ ରୋଗୀ ଙ୍କୁ ଇଞ୍ଜେକ୍ସନ କି ସାଲାଇନ ଟିକେ ଲଗେଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ନର୍ସିଙ୍ଗ ଷ୍ଟାଫ ମାନେ ଯେଉଁ ସବୁ ଦାବି ରଖିଛନ୍ତି ସେ ସବୁ ଦାବି ମଧ୍ୟରୁ ନିହାତି ଆବଶ୍ୟକ ଥିବା କିଛି ଦାବି ପୂରଣ କରନ୍ତୁ ବୋଲି ମଧ୍ୟ ଅନୁରୋଧ କରିଛନ୍ତି ଏବଂ ଦାବି ଗୁଡିକୁ ନେଇ ସରକାର ଯେଉଁ ପର୍ଯ୍ୟନ୍ତ ଲିଖିତ ଭାବେ ଦେବେ ନାହିଁ ସେତେ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ବୋଲି କହିଛନ୍ତି।ଅନ୍ୟପଟେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ କିଛି ପାରା ମେଡିକାଲ ଷ୍ଟାଫ ଅଛନ୍ତି ସେମାନେ ଏତେ ରୋଗୀ ଙ୍କୁ ସମ୍ଭାଳିବା କଷ୍ଟସାଧ୍ୟ ହେଉଛି ତେଣୁ ଘରୋଇ ନର୍ସିଙ୍ଗ କଲେଜରୁ ନର୍ସିଙ୍ଗ ଷ୍ଟାଫ ଙ୍କୁ ଆଣି ଚିକିତ୍ସା କରା ଯାଉଛି ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ଶରତ ଚନ୍ଦ୍ର ସେଠି କହିଛନ୍ତି।

You may have missed