April 29, 2026

ଦଶହରାପାଇଁ ପ୍ରସ୍ତୁତି ମାଆ ଦୁର୍ଗାଦେବୀ ପୀଠ 

IMG-20240929-WA0015
Share

 

 

ଆସନ୍ତା ୩ତାରିଖ ଠାରୁ ପୂଣ୍ୟତୋୟା ବାହୁଦାନଦୀ ଉପକୂଳ(ସୋରଳ)ରେ ଅବସ୍ଥିତ ଅଧିଷ୍ଠାତ୍ରୀ ମାଆ ଦୁର୍ଗାଦେବୀ ପୀଠରେ ପରମ୍ପରା ଅନୁଯାୟୀ ନବରାତ୍ରପୂଜା ଆରମ୍ଭହେବ l ଏଥିପାଇଁ ସଜେଇ ହେଉଛି ମନ୍ଦିର ମାଆ ନଅ ଦିନ ବିଭିନ୍ନ ବେଶରେ ପୂଜାପାଇବେ,ସପ୍ତମୀ ଅଷ୍ଟମୀ ଓ ନବମୀ ତିଥିରେ ସୁନାବେଶରେ ଝଲସି ଉଠିବେ l ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟିନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଅଭିଜ୍ଞ ପୁରୋହିତ ଶ୍ରୀ ଜଗନ୍ନାଥ ପାଢ଼ୀ ଓ ଅନ୍ୟ ମାନଙ୍କଦ୍ୱାରା ଯଜ୍ଞ ଚଣ୍ଡୀପାଠ କରାଯିବl ହଜାର ହଜାର ଭକ୍ତଦେବୀଙ୍କ ଆଶୀର୍ବାଦ ଲାଭକରିବେ l ଓଡ଼ିଶାର ବୃହତ୍ତମ ହରିଜନଗ୍ରାମର ଶେଷମୁଣ୍ଡ ପୂଣ୍ୟତୋୟା ବାହୁଦାନଦୀତଟରେ ପୂଜାପାଇ ଆସୁଛନ୍ତି ମାଆ l ତାଙ୍କ ମହିମା ଅପାର ଭକ୍ତଯଦି ହୃଦୟରୁ ମା’ଙ୍କୁ ଡାକିଥାଏ ଓ ମନ୍ଦିରରେ ମାନସିକକରି ଦୀପଟିଏ ଜାଳେ ଦେବୀତାର ମନକଥା ଶୁଣିଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି l ଏଥିପାଇଁତ ବର୍ଷ ତମାମ ବିଶେଷ କରି ଶାରଦୀୟ/ବାସନ୍ତିକ ଦଶହରା,ଚୈତ୍ରମଙ୍ଗଳବାରରେ ଗଞ୍ଜାମ ତଥା ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶ୍ରଦ୍ଧାଳୁ ଦେବୀ ଦର୍ଶନପାଇଁ ଆସିଥାଆନ୍ତି l

 

ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଦୁର୍ଗାଦେବୀଙ୍କ ପୀଠରେ ଶାରଦୀୟ ନବରାତ୍ରପୂଜା ପାଳିତହେବ, ଏଥିଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି, ମନ୍ଦିର ମୁଖ୍ୟପୂଜକ ଭାଗ୍ୟବାନ ଓଡ଼ିଆଙ୍କ ତତ୍ୱାବଧାନରେ ନବରାତ୍ରପୂଜା କି ଭଳି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରାଯିବ ଓ ଦୂରଦୁରାନ୍ତରରୁ ଆସୁଥିବା ଭକ୍ତ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି, ଉପକୂଳବର୍ତ୍ତୀ ଦକ୍ଷିଣଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀଦେବୀ ଜଗତଜନନୀ ମା ଦୁର୍ଗାଦେବୀ ପ୍ରସନ୍ନହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି, ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭକରିବା ପୂର୍ବରୁ ବହୁ ଶ୍ରଦ୍ଧାଳୁ ମା’ଙ୍କ କରୁଣା ଲାଭ କରିବା ଉଦ୍ଧେଶ୍ୟରେ ଏହି ପୀଠକୁ ଆସିଥାନ୍ତି l