April 26, 2026

ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ

WhatsApp Image 2023-03-16 at 15.07.09
Share

କୋରାପୁଟ, ୧୬/୩,

ଓଡିଶା ଡ୍ରାଇଭର ମହାସଙ୍ଘର ଡାକରା କ୍ରମେ ସବୁ ସ୍ଥାନ ପରି ବୋରିଗୁମ୍ମାରେ ମଧ୍ୟ ଗତ କାଲି ଠାରୁ ବୋରିଗୁମ୍ମା ଡ୍ରାଇଭର ମହାସଙ୍ଘର ସଭାପତି ମାଧବ ନାୟକଙ୍କ ନେତୃତ୍ବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକରେ ଆନ୍ଦୋଳନାତ୍ମକ ଧାରଣା ଦେଖିବାକୁ ମିଳିଛି।ସରକାର ଡ୍ରାଇଭର ମହାସଙ୍ଘର ଦାବୀ ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଙ୍ଘ ତରଫରୁ ସୂଚନା ପ୍ରଦାନ କରାଯାଇଛି।ଏହି ଆନ୍ଦୋଳନକୁ ଓଡିଶା ମୋଟର ଚାଳକ ସଙ୍ଘ ସମର୍ଥନ କରୁଥିବା ଜଣାପଡିଛି,ବୋରିଗୁମ୍ମା ନୀଳମାଧବ ମୋଟର ଚାଳକ ସଙ୍ଘ ସମର୍ଥନ କରୁଥିବା ଜଣାପଡିଛି।ବୋରିଗୁମ୍ମା ସଙ୍ଘର ଉପ ସଭାପତି ବିନୋଦ ହରିଜନ, ସମ୍ପାଦକ ସୁଜିତ କୁମାର ସାହୁ, ସହ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ,କୋଷାଧ୍ୟକ୍ଷ କାଳୀପ୍ରସାଦ ପଟ୍ଟନାୟକ, ଜଗଦୀଶ ନାୟକ, ପଦ୍ମନ ଭୁମିଆଙ୍କ ସମେତ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ଥିବା ଜଣାପଡିଛି ।
ଅନୁରୁପ ଭାବେ କୋଟପାଡ଼ ଠାରେ ମଧ୍ୟ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ଦେଖିବାକୁ ମିଳିଛି।

କୋରାପୁଟରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଉପାନ୍ତ ଓଡିଶା