September 29, 2024

ଚିକିଟି ମଦମୃତ୍ୟୁ ମାମଲାରେ ତଦନ୍ତ କରିବ ବୋର୍ଡ ଅଫ ରେଭିନ୍ୟୁ । ଦୁଇମାସ ଭିତରେ ଦେବ ରିପୋର୍ଟ..

Share

 

*ଚିକିଟି ମଦ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଘଟଣାର ତଦନ୍ତ କରିବେ କୋର୍ଟ ଅଫ ରେଭିନ୍ୟୁର ସଦସ୍ୟ । ଦୁଇ ମାସ ଭିତରେ ଘଟଣାର ତଦନ୍ତ ସାରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି*

 

ଚିକିଟି(ଉଖ):ଚିକିଟି ମଦମୃତ୍ୟୁ ମାମଲାରେ ତଦନ୍ତ କରିବ ବୋର୍ଡ ଅଫ ରେଭିନ୍ୟୁ । ଦୁଇମାସ ଭିତରେ ଦେବ ରିପୋର୍ଟ

କନକ ବ୍ୟୁରୋ : ଚିକିଟି ମଦ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଘଟଣାର ତଦନ୍ତ କରିବେ କୋର୍ଟ ଅଫ ରେଭିନ୍ୟୁର ସଦସ୍ୟ । ଦୁଇ ମାସ ଭିତରେ ଘଟଣାର ତଦନ୍ତ ସାରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବ । ଘଟଣାରେ ଯେଉଁମାନେ ସମ୍ପୃକ୍ତ କିମ୍ବା ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

ଯଦି କୌଣସି ପୋଲିସ ଅଧିକାରୀ କିମ୍ବା ଅବକାରୀ ଅଧିକାରୀଙ୍କ ଅବହେଳା କାରଣରୁ ଏହି ଘଟଣା ଘଟିଥିବ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାନୁଷ୍ଠାନ ନିଆଯିବ । ବିଷାକ୍ତ ମଦ ପିଇ ଅଗଷ୍ଟ ୧୯ରୁ ୨୧ ତାରିଖ ମଧ୍ୟରେ ଚିକିଟିରେ ପ୍ରାଣ ହରାଇଥିଲେ ୫ ଜଣ । ଏହି ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ରୋକିବାକୁ ଚଢ଼ାଉ କରାଯାଇଛି । ଏବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

You may have missed