April 28, 2026

ତୁମ୍ବା ରେ ମା ଲିମେଶ୍ୱରି ଙ୍କ ଷୋଡଶ ଯାତ୍ରା ଆରମ୍ଭ 

IMG-20240925-WA0057
Share

 

ପାତ୍ରପୁର,

ପାତ୍ରପୁର ବ୍ଳକ ତୁମ୍ବା ଠାରେ ଅବସ୍ଥିତ ଆରାଧ୍ୟ ଦେବୀ ମାଁ ଲିମେଶ୍ଵରି ଙ୍କ ଷୋଡଶ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ରାତ୍ର ଲିମେଶ୍ୱରୀ ପାହାଡ଼ ସ୍ଥଳ ବଡ଼ଘର ନିକଟକୁ ଗ୍ରାମବାସୀ ଭୋଗ ଧରି ଯାଇ, ପୂଜା ଅର୍ଚ୍ଚନା କରି ଆଜ୍ଞାମାଳ ଆଣିଥିଲେ। ବୁଧବାର ସକାଳୁ ବିଭିନ୍ନ ବାଦ୍ୟ, ବାଘ, ଷଣ୍ଢ, ଘୋଡ଼ା , ହାତୀ ପଟୁଆର ଓ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ମଧ୍ୟମରେ ପାହାଡ଼ା ପକାଇ ମା ଙ୍କୁ ପାଛୋଟି ଅଣାଯାଇଥିଲା। ଷୋଡଶ ପୂଜାରେ ମନୋରଂଜନ କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ନାଟକ, ଭାରତଲୀଳା, ରାମାୟଣ ଓ ଅପେରା ଲଗାଇବା ପାଇଁ ସ୍ଥିର ହୋଉଥିବା ବେଳେ ଅନ୍ତିମ ଦିବସରେ କଣ୍ଟା ଦୋଳି, ନିଆଁ ଝୋଲ ପାଇଁ ଭକ୍ତଙ୍କ ଭିଡ଼ ହେବା ପରିଲକ୍ଷିତ ହେଉଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଯୁବ ଗୋଷ୍ଠୀ, ପୂଜା କମିଟି ଓ ଭକ୍ତମାନେ ସହଯୋଗ କରିଥିଲେ।

You may have missed